thumbnail

By ETV Bharat Odisha Team

Published : Oct 23, 2023, 3:15 PM IST

ETV Bharat / Videos

ରାଉରକେଲାରେ ଖୋଲିଲା ନୂଆ ରେଲୱେ କୋଚ୍ ରେଷ୍ଟୁରାଣ୍ଟ

ରାଉରକେଲା: ରାଉରକେଲା ସହରବାସୀ ଏବଂ ରେଳବାଇ ଯାତ୍ରୀଙ୍କ ପାଇଁ ନୂଆ ଉପହାର । ଦଶହରାରେ ରାଉରକେଲାବାସୀଙ୍କ ଖାଦ୍ୟପେୟ ବ୍ୟବସ୍ଥା ପାଇଁ ଖୋଲିଲା ରେଲୱେ କୋଚ୍ ରେଷ୍ଟୁରାଣ୍ଟ । ସକାଳ ବ୍ରେକଫାଷ୍ଟରୁ ନେଇ ରାତି ଡିନର ପର୍ଯ୍ୟନ୍ତ ଏଠାରେ ସମସ୍ତ ପ୍ରକାର ଖାଦ୍ୟ ଉପଲବ୍ଧ ହେବ । ତେବେ ରାଉରକେଲା ରେଲୱେ ଷ୍ଟେସନ ଦ୍ୱିତୀୟ ଗେଟ ନିକଟରେ ଏହି ରେଲୱେ କୋଚ୍ ରେଷ୍ଟୁରାଣ୍ଟ ନିର୍ମାଣ କରାଯାଇଛି ।

ଦଶହରା ଅବସରରେ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଖୋଲିଲା ନୂଆ ରେଲୱେ କୋଚ୍ ରେଷ୍ଟୁରାଣ୍ଟ।  ରାଉରକେଲା ରେଲୱେ ଷ୍ଟେସନ ଦ୍ୱିତୀୟ ଗେଟ ନିକଟରେ ନିର୍ମିତ ଏହି ରେଲୱେ କୋଚ୍ ରେଷ୍ଟୁରାଣ୍ଟକୁ ରବିବାର ଦିନ ଉଦଘାଟନ କରାଯାଇଛି । ତେବେ ପଶ୍ଚିମବଙ୍ଗର କୋଲକତାର ପ୍ରିୟଙ୍କା ପାର୍ସଲ ସର୍ଭିସ ନାମକ ଏକ ଘରୋଇ କମ୍ପାନୀ ଏହି ରେଷ୍ଟୁରାଣ୍ଟକୁ ଚଳାଉଥିବା ନେଇ ସୂଚନା ରହିଛି । ପ୍ରାୟ 30 ରୁ 35 ଲକ୍ଷ ଟଙ୍କା ବ୍ୟୟବରାଦରେ ଏହି ରେଲୱେ କୋଚ୍ ରେଷ୍ଟୁରାଣ୍ଟ ନିର୍ମାଣ କରାଯାଇଛି । ରେଲୱେ କୋଚ୍ ଭିତରେ ରେଷ୍ଟୁରାଣ୍ଟ ହେବା ସହ ବାହାରେ ଫୁଡ଼ କୋର୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି । 

ଏହାମଧ୍ୟ ପଢନ୍ତୁ..ପାର୍ବଣରେ ବଢୁଛି ଫାଷ୍ଟଫୁଡ଼ର ଚାହିଦା,ଷ୍ଟିଲ ସିଟିରେ ଖାଦ୍ୟର ମାନ ଯାଞ୍ଚ ପାଇଁ ଦାବି

ଏହି ରେଷ୍ଟୁରାଣ୍ଟର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଏହାର ଡିଜାଇନ୍ । ରେଳ କୋଚ୍ ରେଷ୍ଟୁରାଣ୍ଟକୁ ବାହାରୁ ଏକ ଆକର୍ଷଣୀୟ ଲୁକ ଦେବା ସହ ସୁନ୍ଦର ଚିତ୍ର ଏବଂ ସମ୍ବଲପୁରୀ ଟଚ ଦେଇ ଏହି ରେଳ କୋଚକୁ ନିର୍ମାଣ କରାଯାଇଛି । ଯେଉଁଥିରେ ଓଡିଶା ତଥା ପଶ୍ଚିମ ଓଡିଶାର ପରମ୍ପରାକୁ ଚିତ୍ର ମାଧ୍ୟମରେ ସ୍ଥାନ ଦିଆଯାଇଛି  ।ରେଲୱେ କୋଚ୍ ବାହାରେ ଏକ ଆଦିବାସୀ ପାରମ୍ପରିକ ଲୁକରେ ଏକ ସ୍ଥାନ ନିର୍ମାଣ କାର୍ଯ୍ୟ ଜାରି ରହିଛି ଯେଉଁଠାରେ ଲୋକେ ବସି ଖାଦ୍ୟ ଖାଇ ପାରିବେ । ତେବେ ଏହି ରେଲୱେ କୋଚ୍ ରେଷ୍ଟୁରାଣ୍ଟ ରେ ବ୍ରେକଫାଷ୍ଟରୁ ନେଇ ଡିନର ପର୍ଯ୍ୟନ୍ତ ସମସ୍ତେ ପ୍ରକାର ଖାଦ୍ୟ ଉପଲବ୍ଧ ରହିବ ବୋଲି ରହିଛି ସୂଚନା ରହିଛି । 

ଅନ୍ୟପଟେ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ କହିବାନୁଯାୟୀ, "ରେଳବାଇ କୋଚ୍ ରେଷ୍ଟୁରାଣ୍ଟର ଲକ୍ଷ୍ୟ ହେଉଛି ଏକ ବିବିଧ ଭୋଜନର ଅନୁଭୂତି ପ୍ରଦାନ କରିବା ଯାହା ଲୋକଙ୍କ ସମସ୍ତ ସ୍ୱାଦକୁ ପୂରଣ କରିବ । ଏବଂ ଲୋକେ ଯେଉଁ ଭାବରେ ଅଭିଯୋଗ କରିଥାନ୍ତି ଯେ ରେଳବାଇ ରେ ଖାଦ୍ୟ ଭଲ ନଥାଏ ସେମାନଙ୍କ ଚିନ୍ତାଧାରାକୁ ବଦଳାଇବା ପାଇଁ ଚେଷ୍ଟା କରାଯାଉଛି । ଏହି ନବନିର୍ମିତ ରେଳ କୋଚ୍ ରେଷ୍ଟୁରାଣ୍ଟ ଭିତରେ ଏକ ଆରାମଦାୟକ ଏବଂ ସ୍ୱାଗତଯୋଗ୍ୟ ଭୋଜନାଳୟ ଆୟୋଜନ କରାଯାଇଛି ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.