ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ହେରିଟେଜ ବିଲ୍ଡିଂ ନିର୍ମାଣ ପାଇଁ ଦେଲେ ପ୍ରତିଶ୍ରୁତି

By ETV Bharat Odisha Team

Published : Nov 20, 2023, 10:31 PM IST

thumbnail

ଝାରସୁଗୁଡ଼ା: ସହରାଞ୍ଚଳର ପୋଷ୍ଟ ଅଫିସ ଓ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ । ପୂର୍ବରୁ ମଧ୍ୟ ଝାରସୁଗୁଡାରେ ଥିବା Heritage Post Office ବୁଲି ଦେଖିଥିଲେ ଓ ତା'ର ପୁନରୁଦ୍ଧାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ସେହି ଡାକ ଘର ପରିଦର୍ଶନ କରିବା ସହ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଝାରସୁଗୁଡା ରେଳ ଷ୍ଟେସନର ମଧ୍ୟ କିଛି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିବାବେଳେ ଖୁବଶୀଘ୍ର କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।


ଏହା ବି ପଢନ୍ତୁ...ବିଶାଖାପାଟନମ ଗଡିବ ବନାରସ-ସମ୍ବଲପୁର ଦ୍ବିସାପ୍ତାହିକ ଏକ୍ସପ୍ରେସ

ପୁରୁଣା ପୋଷ୍ଟ ଅଫିସର ପୁନରୁଦ୍ଧାର କରି ହେରିଟେଜ ବିଲ୍ଡିଂ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟିଶ ଅମଳରୁ ଏହି ପୁରୁଣା ପୋଷ୍ଟ ଅଫିସ ବିଲ୍ଡିଂ ରହିଥିବାରୁ ଏହାକୁ ଐତିହାସିକ ସ୍ମୃତି ଉଦ୍ଦେଶ୍ୟରେ ହେରିଟେଜ ବିଲ୍ଡିଂ କରାଯାଉ ବୋଲି ଦାବି ଉଠିଥିଲା । ଏହା ଉପରେ କେନ୍ଦ୍ର ସରକାର ମୋହର ମାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କାମ ଧିମେଇ ଯାଇଥିଲା , ଯାହାଫଳରେ ପୁନର୍ବାର ଝାରସୁଗୁଡ଼ା ଗସ୍ତ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କାର୍ଯ୍ୟକୁ ଶୀଘ୍ର ସମାପନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.