ପୁରୀ ରେଳଷ୍ଟେସନରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୨ ବଗି

By

Published : Mar 28, 2023, 9:05 PM IST

thumbnail

ପୁରୀ: ପୁରୀ ରେଳଷ୍ଟେସନ ନିକଟରେ ଅଘଟଣ । ଯାତ୍ରୀ ଓହ୍ଲାଇ ପଛକୁ ଫେରୁଥିବାବେଳେ ଲାଇନଚ୍ୟୁତ ହେଲା ଟ୍ରେନ । ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନର 2ଟି ବଗି ଲାଇନଚ୍ୟୁତ ହୋଇଛି । ସୌଭାଗ୍ୟ ବସତଃ ଟ୍ରେନରେ କେହି ଯାତ୍ରୀ ନଥିବାରୁ ଏକ ବଡ ଅଘଟଣ ଟଳି ଯାଇଛି । ଅପରାହ୍ନ 3ଟା 15ରେ ପୁରୀ ରେଳ ଷ୍ଟେସନରେ ଆସି ପହଞ୍ଚି ଥିଲା ପୁରୀ-ଗୁଣୁପୁର ପସେଞ୍ଜର ଟ୍ରେନ । ଯାତ୍ରୀ ଓହ୍ଲାଇବା ପରେ ଆଉ ଏକ ଟ୍ରାକକୁ ଯାଇ ପ୍ଲେସମେଣ୍ଟ ହେଉଥିଲା । ତେବେ ସର୍ବୋଦୟ ନଗର ରେଳ ଫାଟକ ନିକଟରେ ହଠାତ 2ଟି ବଗି ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ସଙ୍ଗେସଙ୍ଗେ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା 2ଟି ବଗିକୁ ଅଲଗା କରିଥଲେ । ତେବେ ଲାଇନଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି । ଏହି ଦୁର୍ଘଟଣା ନେଇ ରେଳ ଯାତାୟତରେ କୌଣସି ବାଧା ଉପୁଜିନାହିଁ । ପୁରୀ ରେଳ ଷ୍ଟେସନକୁ ଟ୍ରେନ ଯାତାୟତ ସ୍ଵାଭାବିକ ରହିଛି । 
 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.