ହକି ମାନିଆ, ଦିଆସିଲି କାଠିରେ ହକି ବିଶ୍ବକପ୍ ଟ୍ରଫି ନିର୍ମାଣ କରି ଚର୍ଚ୍ଚାରେ ଯୁବ ଶିଳ୍ପୀ - ହକି ମାନିଆ

🎬 Watch Now: Feature Video

thumbnail

By

Published : Jan 11, 2023, 7:47 AM IST

Updated : Feb 3, 2023, 8:38 PM IST

ପୁରୀ: ଆଜି ଉଦଘାଟନ ହେବ ହକି ମହାକୁମ୍ଭ । ଏଥିପାଇଁ ସାରା ଓଡ଼ିଶା ଉତ୍ସବ ମୁଖର । ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜନ କରୁଥିବାରୁ ସବୁ ଓଡ଼ିଆ ଗର୍ବ କରୁଛନ୍ତି । ଏହି ଅବସରରେ ଦିଆସିଲି କାଠିରେ ହକି ବିଶ୍ବକପ୍ ଟ୍ରଫି ନିର୍ମାଣ କରିଛନ୍ତି ପୁରୀର ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ । ଏହାର ଲମ୍ବ ୪୪ ସେଣ୍ଟି ମିଟର ଓ ପ୍ରସ୍ଥ ୧୮ ସେଣ୍ଟି ମିଟର ରହିଛି । ମୋଟ୍ ୨୭୨୬ଟି ଦିଆସିଲି କାଠି ବ୍ୟବହାର କରି ଶାଶ୍ଵତ ଏହି ହକି ବିଶ୍ବକପ୍ ଟ୍ରଫିକୁ ମାତ୍ର 13 ଦିନରେ ନିର୍ମାଣ କରିଛନ୍ତି। ଏହି ନିଆରା କଳାକୃତି ମାଧ୍ୟମରେ ସେ ସମସ୍ତ ହକିପ୍ରେମୀଙ୍କୁ ବିଶ୍ୱକପ୍‌ର ଶୁଭେଚ୍ଛା ଦେଇଛନ୍ତି । ପୂର୍ବରୁ ପୁରୀର ଏହି ଯୁବ ଶିଳ୍ପୀ ଅନେକ ସୁନ୍ଦର କଳକୃତି କରି ବେଶ୍ ପ୍ରଶଂସିତ ହୋଇଛନ୍ତି । ହେଲେ ଦିଆସିଲି କାଠିରେ କଳାକୃତି ଶ୍ୱାସତଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.