ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ, ସିଲଭରସିଟି ଉତ୍ସବମୁଖର
🎬 Watch Now: Feature Video
କଟକ: କଟକ ସହରରେ ଧୁମଧାମରେ ପାଳନ ହେଲା ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ସହରରେ ବିଭିନ୍ନ ସାହି ମସଜିଦ କମିଟି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା । କଟକ ସହର ଓ ଉପକଣ୍ଠ ଅଞ୍ଚଳର ପାଖାପାଖି ୫୫ ରୁ ୬୦ଟି ସାହି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମସ୍ତେ ନିଜନିଜ ସାହି ପରିକ୍ରମା କରିବା ପରେ ମାତମଠ ଛକ ଠାରେ ଏକାଠି ହୋଇଥିଲେ । ସେଠୁ ସମସ୍ତେ ଏକ ସହିତ ବାହାରି ବକ୍ସି ବଜାର, ସୂତାହାଟ ଦେଇ ପ୍ରଫେଟ ମହମ୍ମଦଙ୍କ ଥିବା ପାଦଚିହ୍ନ ‘କଦମ ଏ ରସୁଲ’ ପହଞ୍ଚିଥିଲେ। ସେଠି ସାମୂହିକ ପ୍ରାର୍ଥନା କରାଯାଇଥିଲା । ସମସ୍ତେ ଏହି ଶୋଭାଯାତ୍ରାରେ ହାତରେ ଇସଲାମ ଧର୍ମ ପତାକା ଓ ତ୍ରିରଙ୍ଗା ଧରି ସାମିଲ ହୋଇଥିଲେ। ଏହାସହ ଏଥିରେ ମସଜିଦ, ମକ୍କା ମଦିନାର ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଥିଲା। ଚଳିତ ବର୍ଷ ସୂତାହାଟ ମହଲ୍ଲା କମିଟି ପକ୍ଷରୁ ତ୍ରିରଙ୍ଗା ଥିମରେ ଶୋଭାଯାତ୍ରା ବାହାରିଥିଲା। ସୂତାହାଟ ପକ୍ଷରୁ ୧୫ କ୍ଵିଣ୍ଟାଲ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଭାଇଚାରାର ସହରରେ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଶାନ୍ତି, ପ୍ରେମ ଓ ସ୍ନେହର ବାର୍ତ୍ତା ଦେଇଥିଲେ। ସମସ୍ତେ ପରସ୍ପରକୁ ଶୁଭେଚ୍ଛା ମଧ୍ୟ ଜଣେଇଥିଲେ। ହଜାର ହଜାର ମୁସଲମାନ ଭାଇ ଏହି ବଡ଼ ପର୍ବରେ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, କଟକ