କେନ୍ଦୁଝରରେ ହର୍ଷ ଉଲ୍ଲାସରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ
🎬 Watch Now: Feature Video
କେନ୍ଦୁଝର: ଆଜି ଇସଲାମ ଧର୍ମାବଲମ୍ବୀଙ୍କ ଧର୍ମଗୁରୁ ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ଯାହାକୁ ବେଶ ଚଳଚଞ୍ଚଳ ରାଜ୍ୟ । ଧର୍ମଗୁରୁ ହଜରତ ମହମ୍ମଦ ବା ପ୍ରଫେଟ ମହମ୍ମଜଦଙ୍କ ଜୟନ୍ତୀକୁ ଇସଲାମ ଧର୍ମାବଲମ୍ବୀମାନେ ବହୁ ଆଡମ୍ବର ସହକାରେ ପାଳନ କରୁଛନ୍ତି । ଏଥିପାଇଁ ସାରା ବିଶ୍ୱରେ ଇସଲାମ ଧର୍ମାବଲମ୍ବୀମାନେ ମସଜିଦ ଯାଇ ନମାଜ ପାଠ କରିବା ସହ ଶୋଭାଯାତ୍ରାରେ ବାହାରିଛନ୍ତି । କେନ୍ଦୁଝରରେ ମଧ୍ୟ ବିଭିନ୍ନ ମସଜିଦ ଗୁଡ଼ିକରେ ସକାଳେ ନମାଜ ପଡ଼ିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ କରିଛି ମୁସଲିମ ଧର୍ମାଲମ୍ବୀ । ଜିଲ୍ଲାର ପୁରୁଣା ସହର ଠାରେ ଥିବା ସର୍ବ ପୁରାତନ ଜୁମ୍ମା ମସଜିଦରେ ଏକ ସମୂହ ପ୍ରାର୍ଥନା ଆୟୋଜିତ ହୋଇଥିଲା । ଏଥିରେ ମହମ୍ମଦଙ୍କ ଜୀବନୀ ଓ ମହାନ ମାନବୀୟ କାର୍ଯ୍ୟ ଧାରାର ବ୍ୟାଖ୍ୟା କରା ଯିବାପରେ ସମୂହ ଧର୍ମବଲମ୍ବୀଙ୍କ ମଧ୍ୟରେ ଲଙ୍ଗରର ଆୟୋଜିତ ହୋଇଥିଲା । ଏହାପରେ ମକ୍କା ମଦିନାର ପ୍ରତିକୃତି ସହିତ ଶତାଧିକ ଇସଲାମ ଧର୍ମବଲମ୍ବୀ ମହିଳା ପୁରୁଷ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ବିଶେଷ କରି କୁନି କୁନି ପିଲାମାନେ ଏହି ପରିକ୍ରମାରେ ଭାଗ ନେଇ ବେଶ୍ ଖୁସି ଅନୁଭବ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ..ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ, ସିଲଭରସିଟି ଉତ୍ସବମୁଖର
ଇଟିଭି ଭାରତ, କେନ୍ଦୁଝର