ହୁତୁ ହୁତୁ ହୋଇ ଜଳିଗଲା ଘରୋଇ ବସ୍‌

By ETV Bharat Odisha Team

Published : Nov 17, 2023, 7:36 AM IST

thumbnail

ଭବାନୀପାଟଣା: ରାସ୍ତାରେ ଛିଡା ହୋଇଥିବା ବସରେ ହଠାତ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ବସ । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଭବାନୀପାଟଣା ଜାତୀୟ ରାଜପଥ ୨୬ ବାନ୍ଦୋପଲା ନିକଟରେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ମାଁ ମାଣିକେଶ୍ୱରୀ ନାମକ ଘରୋଇ ବସ୍‌ଟି ଗତ ସନ୍ଧ୍ୟାରେ ରାସ୍ତାରେ ଛିଡ଼ା ହୋଇଥିଲା । ହଠାତ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ବସ୍‌ଟି ମରାମତି ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ କେହି ଯାତ୍ରୀ କିମ୍ବା କର୍ମଚାରୀ ନଥିବା ଜଣାପଡିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । 

ଏହା ମଧ୍ୟ ପଢନ୍ତୁ-ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା, ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.