ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି - ଦିଲ୍ଲୀ ମେଟ୍ରୋରେ ମୋଦି
🎬 Watch Now: Feature Video
ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ । ମେଟ୍ରାରେ ଯାତ୍ରା କରିବା ସମୟରେ ମେଟ୍ରୋରେ ଥିବା କିଛି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ମେଟ୍ରୋରେ ବସି ଯୁବଗୋଷ୍ଠୀଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ମେଟ୍ରୋରେ ଯାତ୍ରା କରିବା ସହ ତାଙ୍କ ସହ କଥାବାର୍ତ୍ତା କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବା ପାଇଁ ମେଟ୍ରାର ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ । ମେଟ୍ରୋରେ ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ଯାତ୍ରା କରିଛନ୍ତି ମୋଦି । ଲୋକଙ୍କ ସହ ଯୋଡି ହେବାକୁ ଚେଷ୍ଟା କରି ଆସୁଥିବା ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରି ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଦେଖନ୍ତୁ ପ୍ରଧାନମନ୍ତ୍ରୀଙ୍କ ମେଟ୍ରା ଯାତ୍ରା ଭିଡିଓ...