ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କଲେ ମୋଦି

By ETV Bharat Odisha Team

Published : Nov 27, 2023, 10:45 AM IST

thumbnail

ଅମରାବତୀ: ଆଜି ଆନ୍ଧ୍ରାର ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 140 କୋଟି ଭାରତୀୟଙ୍କ ସୁସ୍ଥ ସ୍ବାସ୍ଥ୍ୟ, କଲ୍ୟାଣ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରରେ ପୂଜାର୍ଚ୍ଚନା ସମୟରେ ପାରମ୍ପରିକ ବେଶଭୂଷାରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ । ଧୋତି ପିନ୍ଧିବା ସହ ବେକରେ ଗାମୁଛା ପକାଇ ପୂଜାରେ ସାମିଲ ହୋଇଥିଲେ । ରବିବାରଠାରୁ ଦୁଇ ଦିନିଆ ଆନ୍ଧ୍ର ଗସ୍ତରେ ଆସିଛନ୍ତି ମୋଦି । ଗତ ସନ୍ଧ୍ୟାରେ ତରୁମାଲାରେ ପହଞ୍ଚିବା ପରେ ପ୍ରଥମେ ରଚନା ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେଠାରେ ତିରୁମାଲା ତିରୁପତି ଦେବସ୍ତାନମ୍ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ରାତ୍ରୀ ଜାପନପରେ ଆଜି ସକାଳ ସମୟରେ ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ତିରୁମାଲା ମନ୍ଦିର ପରିଦର୍ଶନ କରିଛନ୍ତି ମୋଦି । 

ଏହା ମଧ୍ୟ ପଢନ୍ତୁ- ତିରୁପତି ବାଲାଜୀଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.