କାଶୀ ତାମିଲ ସଙ୍ଗମ ୨.୦କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Dec 17, 2023, 9:56 PM IST

thumbnail

ଲକ୍ଷ୍ନୌ: ଦୁଇ ଦିନିଆ ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବାରଣାସୀରେ କାଶୀ ତାମିଲ ସଙ୍ଗାମ ୨.୦ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ୩୭ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି । ଆଜି (ରବିବାର) ପ୍ରଧାମନ୍ତ୍ରୀ ବିମାନ ବନ୍ଦରରେ ପହିଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ଏକ ବିଶାଳ ରୋଡ ଶୋରେ କରିଥିଲେ ପ୍ରଧାମନ୍ତ୍ରୀ । 

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାରଣାସୀ ଠାର ନମୋ ଘାଟରେ କାଶୀ ତାମିଲ ସଙ୍ଗମ ୨.୦ର ଉଦଘାଟନ କରିଛନ୍ତି । ଏହି କାଶୀ ତାମିଲ ସଙ୍ଗମ ଉତ୍ତର ଭାରତ ଏବଂ ଦକ୍ଷିଣର କଳା ,ସଂସ୍କୃତି ଏବଂ ଇତିହାସକୁ ପୁନଃର୍ଜୀବିତ କରିବ । ଏହାସହ ଏକ ଭାରତ ଶ୍ରେଷ୍ଠ ଭାରତର କଥା କହିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି ସେଠାରେ ଲାଗିଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ସହ ବ୍ୟବସାୟୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ଉତ୍ସବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରଧାନମନ୍ତ୍ରୀଙ୍କୁ ଏକ କାଶୀ ତାମିଲ ସଙ୍ଗମ ପ୍ରତିକୃତି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ.....ଆମ୍ବୁଲାନ୍ସ ପାଇଁ ଅଟକିଲା ମୋଦିଙ୍କ କାରକେଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.