ଗର୍ଜିଲେ ହଜାର ହଜାର ପ୍ରାଥମିକ ଶିକ୍ଷକ, 3 ଦଫା ଦାବିରେ ଆନ୍ଦୋଳନ - 3 ଦଫା ଦାବିରେ ଆନ୍ଦୋଳନ
🎬 Watch Now: Feature Video
Published : Sep 9, 2023, 2:09 PM IST
ଅନୁଗୋଳ: ରାଜ୍ୟ ସରକାରଙ୍କ ବିରୋଧରେ ତେଜୁଛି ସରକାରୀ କର୍ମଚାରୀଙ୍କ ସ୍ବର । ପ୍ରଥମେ ଅମଲା,ପରେ ପିଇଓ ଆଉ ଏବେ ପ୍ରାଥମିକ ସ୍କୁଲ ଶିକ୍ଷକ କରିଛନ୍ତି ଆନ୍ଦୋଳନ। ରାଜ୍ୟ ସରକାରଙ୍କ ନୀତିକୁ ଟାର୍ଗେଟ କରିବା ସହ ଦାବି ପୂରଣ ନହେଲେ ଆଉ ସ୍କୁଲ ଫେରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ୩ ଦଫା ଦାବି ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦିଆଯାଇଛି ।
ଏହା ବି ପଢନ୍ତୁ...ହକ୍ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ
ଅନୁଗୋଳ ଜିଲ୍ଲାର ସମସ୍ତ ୮ଟି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ପ୍ରାୟ ୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଫଳରେ ୧ହଜାର ୬୦୦ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିଛି । ପାଠପଢା, ମଧ୍ୟାହ୍ନ ଭୋଜନ ସବୁ କିଛି ବନ୍ଦ ରହିଛି । ବିଶେଷ କରି ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗ୍ରେଡ ପେ ବୃଦ୍ଧି କରିବା, ଠିକା ନିଯୁକ୍ତି ବନ୍ଦ କରିବା ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ଗତ ୨୦୧୭ ମସିହାରୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । କିନ୍ତୁ ସରକାର ଆଦୌ ଶୁଣୁନଥିବା ଅଭିଯୋଗ କରି ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛି ଫେଡେରେସନ ।
ଇଟିଭି ଭାରତ, ଅନୁଗୋଳ