ପାରାଦ୍ବୀପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରୋଟୋକଲ ଭାଙ୍ଗିଲେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ

By ETV Bharat Odisha Team

Published : Nov 27, 2023, 12:01 PM IST

Updated : Nov 27, 2023, 1:00 PM IST

thumbnail

ଜଗତସିଂହପୁର/ପାରାଦ୍ବୀପ: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦ୍ବୀପ ଗସ୍ତ କରିଛନ୍ତି । ପାରାଦ୍ବୀପରେ ପହଞ୍ଚିବା ପରେ ଗାଡିରୁ ଓହ୍ଲାଇ ଚାଲି ଚାଲି ତାଙ୍କୁ ଅପେକ୍ଷା କରିଥିବା ଲୋକଙ୍କୁ ଅଭାବାଦନ ଦେଇଥିଲେ । ପ୍ରୋଟୋକଲ ଭାଙ୍ଗି ପିଲାଙ୍କୁ ଚକୋଲେଟ ବାଣ୍ଟିଥିଲେ ମାଡାମ ପ୍ରେସିଡେଣ୍ଟ । ମହାମିହମଙ୍କର ଟିକିଏ ଝଲକ ପାଇଁ ଅପେକ୍ଷା କରିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା।  ଦୀର୍ଘ ସମୟ  ଧରି ରାଷ୍ଟ୍ରପତିଙ୍କୁ ଅପେକ୍ଷା କରି ରହିଥିବା ସମସ୍ତେ ହୁଳହୁଳି ପକାଇ ମହାମହିମଙ୍କୁ ସ୍ବାଗତ କରିଥିଲେ । ମହାମହିମ ପାରାଦ୍ବୀପରେ ପହଞ୍ଚି ଗାଡରୁ ଓହ୍ଲାଇ କିଛି ବାଟ ଚାଲି ଚାଲି ଅଭିବାଦନ ଜଣାଇଥିଲେ । ମାଡମ ପ୍ରେସିଡେଣ୍ଟଙ୍କୁ ପାଖରେ ପାଇଁ ସ୍ଥାନୀୟ ଲୋକ ବହୁତ ଖୁସିବ୍ୟକ୍ତ କରିଥିଲେ । ଏହା ସହିତ ପ୍ରୋଟାକଲ ଭାଙ୍ଗି କୁନି କୁନି ପିଲାଙ୍କୁ ଚକୋଲେଟ ବାଣ୍ଟିଥିଲେ । ଦେଖନ୍ତୁ ସେହି ସମୟର ଭିଡିଓ...

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 27, 2023, 1:00 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.