ରାଷ୍ଟ୍ରପିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ରଦ୍ଧାସୁମନ ଅର୍ପଣ, ବିଜୟଘାଟରେ ଶାସ୍ତ୍ରୀଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି - ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 2, 2023, 9:36 AM IST

ନୂଆଜିଲ୍ଲୀ: ଆଜି ଜାତିର ଜନକ, ସତ୍ୟ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ 154ତମ ଜନ୍ମ ଜୟନ୍ତୀ । ଏହା ସହିତ ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର 119ତମ ଜନ୍ମ ଜୟନ୍ତୀ ପାଳୁଛନ୍ତି ଦେଶବାସୀ । ଭାରତବର୍ଷ ପାଇଁ ଅକ୍ଟୋବର 2 ତାରିଖ ଅବିସ୍ମରଣୀୟ ହୋଇ ରହିଛି । ଏହି ମାଟିରେ ଜନ୍ମ ନେଇଥିଲେ ମୁକ୍ତି ସଂଗ୍ରାମର ଦୁଇ ସାରଥୀ । ସେହି ମହାପୁରୁଷ ସତ୍ୟର ସାଧକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅବଦାନକୁ ଆଜି ମନେ ପକାଉଛି ଦେଶ । ଏହି ଅବସରରେ ରାଜଘାଟରେ ବାପୁଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ବିଜୟଘାଟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି । ଏହା ସହିତ ଉପରାଷ୍ଟ୍ରପତି ଜଗଦୀପ ଧନଖର ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଜୟଘାଟରେ ଲାଲା ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ରାଜଘାଟରେ ମହାତ୍ମା ଗାନ୍ଧୀ ଓ ବିଜୟ ଘାଟରେ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହା ବି ପଢନ୍ତୁ...Gandhi Jayanti 2023: ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.