ବାଜପେୟୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ରଦ୍ଧାଞ୍ଜଳି, ଭଜନ ସଂଧ୍ୟା ଉଦଘାଟନ

🎬 Watch Now: Feature Video

thumbnail

President Droupadi Murmu pays tribute to Atal Bihari Vajpayee: ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମବାର୍ଷିକୀ । ଏହି ଅବସରରେ ଦେଶର ସବୁ ପ୍ରାନ୍ତରେ ଦିବଙ୍ଗତ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇଛନ୍ତି ଦେଶବାସୀ । ନୂଆଦିଲ୍ଲୀରେ ବାଜପେୟୀଙ୍କ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ରାଷ୍ଟ୍ରପତି ମୁର୍ମୁ ବାଜପେୟୀଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  ଏହି ଅବସରରେ ଆୟୋଜିତ ଭଜନ ସଂଧ୍ୟା କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । 

ଏହାସହ ରାଷ୍ଟ୍ରପତି ମୁର୍ମୁ, ବାଜପେୟୀଙ୍କ ଜୀବନୀକୁ ନେଇ  ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିଛନ୍ତି ।  1924 ଆଜିର ଦିନରେ ମଧ୍ୟ ପ୍ରଦେଶର ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଜପେୟୀ । 1957ରୁ 2009 ପର୍ଯ୍ୟନ୍ତ 9 ଥର ଲୋକସଭାକୁ ଏବଂ 1962 ଓ 1986ରେ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସଂସଦରେ 50 ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିବା ବାଜପେୟୀ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ।  1996ରେ 13 ଦିନ, 1998ରୁ 1999ମଧ୍ୟରେ 13 ମାସ ଏବଂ 1999ରୁ 2004 ପୁରା 5 ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ବାଜପେୟୀ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.