thumbnail

ଗାଡିରୁ ଓହ୍ଲାଇ ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବାଣ୍ଟିଲେ ଦୌପଦୀ ମୁର୍ମୁ

By

Published : Nov 11, 2022, 3:55 PM IST

Updated : Feb 3, 2023, 8:32 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତ କରି ଫେରି ଯାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆଜି ଗସ୍ତର ଦ୍ବିତୀୟ ଦିନରେ ଜୟଦେବ ଭବନ ଠାରେ ଓଡ଼ିଆ ଭାଷାରେ AICTE ଇନଞ୍ଜିନିୟରିଂ ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ ରହିଥିଲା । ତେବେ ସେଠାରେ ଦୌପଦୀ ମୁର୍ମୁଙ୍କୁ ଦେଖିବା ପାଇଁ ଗେଟ ସମ୍ମୁଖରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଭିଡ ଜମିଥିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସରିବା ପରେ ସେଠାରେ ଗହଳି ଦେଖି ଗାଡିରୁ ଓହ୍ଲାଇ ପଡିଥିଲେ । ଏହାପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବାଣ୍ଟିବା ସହ ଫଟୋ ମଧ୍ୟ ଉଠାଇଥିଲେ । ସେହିପରି ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରପତିଙ୍କୁ ମଧ୍ୟ ଉପହାର ଦେଇଥିଲେ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.