ପ୍ରୋଟକଲ ଭାଙ୍ଗି ପିଲାଙ୍କ ସହ ମିଶିଲେ ରାଷ୍ଟ୍ରପତି

🎬 Watch Now: Feature Video

thumbnail

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଗସ୍ତ କରିଛନ୍ତି ।  ଏହାରି ମଧ୍ୟରେ ନିଜ ଗାଁ ପାହାଡ଼ପୁରରେ ପ୍ରୋଟକଲ ଭାଙ୍ଗି ଉପସ୍ଥିତ ଜନତାଙ୍କ ପାଖକୁ ଯାଇ କରମର୍ଦ୍ଦନ କରିବା ସହ କୁନିକୁନି ପିଲାମାନଙ୍କୁ ଚୋକଲେଟ ପ୍ରଦାନ କରିଛନ୍ତି । ପୁଣି ରାଇରଙ୍ଗପୁରକୁ ଆସି ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ ପରେ ପୂର୍ବାହ୍ନ ପାଖାପାଖି ୫ଟାରେ ରାଇରଙ୍ଗପୁର ମୁର୍ମୁ ଛକରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମାଲ୍ୟାର୍ପଣ ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଜନତା ଓ କୁନିକୁନି ପିଲାଙ୍କ ସହିତ ପ୍ରୋଟକଲ ଭାଙ୍ଗି ମିଶିଥିଲେ । ଯାହାକୁ ନେଇ ଚିନ୍ତାରେ ପଡି ଯାଇଥିଲେ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ ଥିବା ଅଧିକାରୀ । କୁନିକୁନି ପିଲାଙ୍କ ସହ ଫୋଟ ଉଠାଇବା ସହିତ ଚାଲିଚାଲି ବୁଲିଥିଲେ ଦ୍ରୌପଦୀ ମୁର୍ମୁ । ତେବେ ଶେଷରେ ପୋଲିସ ଅଧିକାରୀମାନେ ନିବେଦନ କରିବା ପରେ ପ୍ରୋଟକଲ ଅନୁଯାୟୀ ଗାଡିରେ ବସି ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ଯାଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.