thumbnail

By

Published : Jul 27, 2023, 12:16 PM IST

Updated : Jul 27, 2023, 2:23 PM IST

ETV Bharat / Videos

ବ୍ରହ୍ମକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗଛ ଲଗାଇ ଦେଲେ ବାର୍ତ୍ତା

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶେଷ ଦିନରେ ତମାଣ୍ଡୋ ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିଛନ୍ତି । ରାଜଭବନରୁ ବାହାରି ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିଥିଲେ ମହାମହିମ । ସେଠାରେ ଲାଇଟ ହାଉସ କମ୍ପେଲକ୍ସର ଶିଳାନ୍ୟାସ କରିଥିଲେ । ଏହା ପରେ ପରିବେଶ ବଞ୍ଚାଇଇବାକୁ ରାଷ୍ଟ୍ରପତିଙ୍କ ବାର୍ତ୍ତା ଦେଇ ବର୍ଷା ଦିନେ ବୃକ୍ଷରୋପଣ କରିବାକୁ ଆହ୍ବାନ ଦେଇଥିଲେ । ପରିବେଶ ସନ୍ତୁଳନ ନେଇ ଚିନ୍ତା ରହିଛି । ବିଗୁଡୁଥିବା ପରିବେଶ ସୁଧାର ସଭିଙ୍କ କର୍ତ୍ତବ୍ୟ । ଏହାରି ଭିତରେ ନିଜର କର୍ତ୍ତବ୍ୟର ଅନ୍ୟନ୍ୟ ଉଦାହରଣ ଦେଇଛନ୍ତି ମହାମହିମ । ଏନେଇ ଗଛ ହିଁ ଜୀବନ ବୋଲି ବାର୍ତ୍ତା ଦେଇ ଦାସବାଟିଆ ବ୍ରହ୍ମକୁମାରୀ ପରିସରରେ ବୃକ୍ଷ ରୋପଣ କରିଛନ୍ତି । ଦେଶର ସର୍ବୋଚ୍ଚ ନାଗରିକ ଭାବେ ଏହି ବାର୍ତ୍ତା ସଭିଙ୍କୁ ପ୍ରେରଣା ଦେବ । ସଭିଏଁ ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ । କାରଣ ଗଛ ହି ଅମ୍ଳଜାନର ପ୍ରତୀକ । ଅମ୍ଳଜାନ ଉତ୍ସ ଗଛ ଏହି ବର୍ଷା ଦିନେ ଲଗାଇବାକୁ ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 27, 2023, 2:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.