thumbnail

Friendship Day: ରାଷ୍ଟ୍ରପତିଙ୍କୁ ମନେ ପକାଇଲେ ବାଲ୍ୟ ବନ୍ଧୁ ତପତୀ, କହିଲେ ମୂତ୍ୟୁ ପୂର୍ବରୁ ଥରେ ଭେଟିବାକୁ ଇଚ୍ଛା

By

Published : Aug 6, 2023, 8:28 PM IST

ରାଇରଙ୍ଗପୁର: ସାରା ବିଶ୍ବରେ ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ବନ୍ଧୁତ୍ବ ଦିବସ। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମନେ ପକାଇଛନ୍ତି ତାଙ୍କ ବାଲ୍ୟକାଳର ବନ୍ଧୁ ତଥା ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମର ତପତୀ ମଣ୍ଡଳ । ରାଷ୍ଟ୍ରପତି ଛୋଟ ବେଳେ କିପରି ଥିଲେ ସେ ନେଇ ଗର୍ବର ସହ ପରିବାର ଓ ପଡୋଶୀଙ୍କ ନିକଟରେ ବଖାଣିଛନ୍ତି । ତାଙ୍କ ପିଲାଦିନର ବନ୍ଧୁ ନିଜ ଜୀବନରେ ଆହୁରି ଆଗକୁ ଯିବା ସହ ଦେଶ ଓ ଅଞ୍ଚଳବାସୀଙ୍କୁ ଗୌରବାନ୍ବିତ କରୁ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Friendship Day 2023: ଫ୍ରେଣ୍ଡସିପ୍‌ ଡେ' ସେଲିବ୍ରେସନ୍‌ କଲେ ବଲିଉଡ ସେଲିବ୍ରିଟି

ଆଜି ତପତୀ ବନ୍ଧୁତ୍ବ ଦିବସ ଅବସରରେ ପ୍ରିୟ ବନ୍ଧୁ ଦ୍ରୌପଦୀ ମୁର୍ମୁଙ୍କୁ ସ୍ମରଣ କରିଛନ୍ତି। ରାଷ୍ଟ୍ରପତି ଯେତେବେଳେ ସ୍କୁଲରେ ପାଠ ପଢୁଥିଲେ ସେ ସମୟରେ କେତେ ସ୍ନେହୀ ଓ ପରୋପକାରୀ ଥିଲେ ସେ ସମ୍ପର୍କରେ କହିଛନ୍ତି । ତାଙ୍କର ଗୋଟିଏ ଗୋଟିଏ ସୁଗୁଣ ମନେ ପକାଇଛନ୍ତି ତପତୀ । ଉଭୟ ଏକା ସହିତ ସ୍କୁଲ ଯିବା ଓ ତାଙ୍କ ଘରେ ଖେଳିବା, ଖାଇବା, ପିଇବା ଆଦି କରୁଥିଲେ । ତପତୀ ରାଷ୍ଟ୍ରପତିଙ୍କ ଜୀବନ ଆହୁରି ମଙ୍ଗଳମୟ ହେଉ ଓ ଆହୁରି ଆଗକୁ ଯାଆନ୍ତୁ ବୋଲି କାମନା କରିଛନ୍ତି । ଏହାସହ ଜୀବନ ଯିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଆଉ ଥରେ ଭେଟି ତାଙ୍କ ସହିତ ସମୟ ବିତାଇ ସୁଖଦୁଃଖ ହେବା ନେଇ ଆଶା ବାନ୍ଧିଛନ୍ତି ସେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.