ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ପାଇଁ ଚଳଚଞ୍ଚଳ ରାଉରକେଲା

By ETV Bharat Odisha Team

Published : Nov 26, 2023, 8:51 PM IST

thumbnail

ରାଉରକେଲା: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ପ୍ରତ୍ୟେକ ଓଡ଼ିଆ ବୋଇତ ବନ୍ଦାଣ କରିଥାନ୍ତି । ତେବେ ବୋଇତ ବନ୍ଦାଣକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଏନେଇ ଡଙ୍ଗା କିଣିବା ପାଇଁ ସହରରେ ଲୋକଙ୍କ ପ୍ରବଳି ଗହଳି ଜମିଛି  ।  

ରାତି ପାହିଲେ ବୋଇତ ବନ୍ଦାଣ ଉତ୍ସବ ।  ଆସନ୍ତାକାଲି ପବିତ୍ର କାର୍ତ୍ତିକ ମାସର ଶେଷ ଦିନ ଏଥିପାଇଁ  ବ୍ୟସ୍ତବହୁଳ ହୋଇ ଉଠିଛି ରାଉରକେଲା ସହର । କାର୍ତ୍ତିକ ପୂର୍ଣ୍ଣିମା ପାଇଁ  ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଶିଳ୍ପୀମାନେ ଯତ୍ନର ସହ ସୁନ୍ଦର ବୋଇତ ଓ ପାରମ୍ପାରିକ ଡଙ୍ଗା ଆକୃତିର ଦୀପକୁ ତିଆରି କରି ବିକ୍ରି କରୁଛନ୍ତି । ଲୋକମାନେ ଆନନ୍ଦର ସହିତ ଅତି ସୂକ୍ଷ୍ମ ଭାବରେ ତିଆରି ହୋଇଥିବା ବୋଇତ ଗୁଡିକ ନେଇ ବର୍ଷ ବର୍ଷ ଧରି ପରମ୍ପରା ଭାବରେ ପାଳିତ ହେଉଥିବା ବୋଇତ ବନ୍ଦାଣ କରିବେ ।  

ବୋଇତ ବନ୍ଦାଣ  ଐତିହ୍ୟ ଓ ଆଧ୍ୟାତ୍ମିକତାର ଉତ୍ସବ । ଆଜି ବୋଇତ କିଣିଥିବା ପ୍ରତ୍ୟକ ଲୋକେ ଆସନ୍ତାକାଲି ଏହାକୁ ଭସାଇବେ । ବୋଇତା ବନ୍ଦାଣରେ ରୀତିନୀତି ଅନୁୟାୟୀ ଡଙ୍ଗା ଭାସିବାର ପ୍ରଥା ଗଭୀର ସାଂସ୍କୃତିକ ତାତ୍ପର୍ଯ୍ୟ ବହନ କରେ । ଏହା ଓଡ଼ିଶାର ଐତିହାସିକ ଶକ୍ତିକୁ ସ୍ମରଣ କରିବା ସହ ସାଧବ ପୁଅମାନେ ବାଣିଜ୍ୟ  ଯାତ୍ରା କରିଥିବା ପ୍ରାଚୀନ ବ୍ୟବସାୟୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ । ଆସନ୍ତାକାଲି ଜଳାଶୟ ଗୁଡିକରେ ଶୋଭା ପାଉଥିବା ଅସଂଖ୍ୟ ବୋଇତର ମୃଦୁ ଦୀପ୍ତି, ଏକତା ଏବଂ ଆଧ୍ୟାତ୍ମିକ ସମନ୍ୱୟର ଭାବନାକୁ ପ୍ରୋତ୍ସାହିତ କରିବ ।  

ଏହା ମଧ୍ୟ ପଢ଼ନ୍ତୁ.....କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ, ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.