thumbnail

ପାରାଦ୍ୱୀପରେ ପୋର୍ଟ ସାଇଡ କାଫେ ଉଦଘାଟିତ

By

Published : Apr 21, 2023, 8:44 PM IST

ଜଗତସିଂହପୁର: ଜିଲ୍ଲାର ପାରାଦ୍ୱୀପ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୋର୍ଟ ସାଇଡ କାଫେ ଉଦଘାଟିତ ହୋଇଛି। ଏହି ଅବସରରେ ଓରମାସର ସିଇଓ ଗୁହା ପୁନମ ତାପସ କୁମାର ଏହାକୁ ଆନୁଷ୍ଠାନକ ଭାବେ ଉଦଘାଟନ କରିଛନ୍ତି ।  ଏଥିସହ ମହିଳା ସ୍ବୟଂ ସହାୟକ ମହିଳା ସଭ୍ୟମାନଙ୍କୁ ଏହି କାଫେରେ ବିଭିନ୍ନ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦିଆଯିବ । ଏନେଇ ମହିଳା ସ୍ବୟଂ ସହାୟକ ଦଳର ମହିଳାମାନେ ଏହି କାଫେରେ ସେମାନଙ୍କ ହାତ ତିଆରି ଘରସଜା ସାମଗ୍ରୀଠାରୁ ଆରମ୍ଭ କରି ହାତ ତିଆରି ଖାଦ୍ୟ ପୋଡପିଠା, ମଣ୍ଡା, କାକରା ଆଦି ଏହି କାଫେରେ ପରସା ଯିବ । ବିଶେଷ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଚାହାଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପ୍ରତ୍ୟେକ ଦିନ ଏହିଠାରେ ଉପଲବ୍ଧ ହେବ ।  

ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୂଲ ପଟୱାରୀ ଯୋଗ ଦେଇ ଏହା ଗ୍ରାମୀଣ ମହିଳା ମାନଙ୍କ ପାଇଁ ରୋଜଗାରର ବାଟ ଦେଖାଇବ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାଫେରେ ୨ଟି କିଓସ୍କୋ ରହିଥିବା ବେଳେ ଗୋଟିଏ ଫୁଡ଼ କାଫେ ଓ ଅନ୍ୟଟି ରିଟେଲ ଆଉଟ ଲେଟ ରହିଛି । ଗ୍ରାମୀଣ ମହିଳାମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ କଳାକୃତି ଓ ଆକର୍ଷଣୀୟ କଳାକୃତି ଘରକରଣା ଜିନିଷ ମଧ୍ୟ ଏହିଠାରେ ମିଳିପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଓରମାସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ରହି ନିଜ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ସାମିଲ କରିଥିଲେ ।  

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପାରାଦ୍ୱୀପ ପୋର୍ଟ ପକ୍ଷରୁ ସ୍ୱାଗତ କରାଯିବା ସହ ପାରାଦ୍ୱୀପ ପୋର୍ଟ ମଧ୍ୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସୁବିଧାରେ ଖାଦ୍ୟ ମିଳି ପାରିବ ବୋଲି ବନ୍ଦର ଟ୍ରଷ୍ଟି ପି ଏନ ବାହେକର କହିଛନ୍ତି । ରାଜ୍ୟରେ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ପାଇଁ ରାଜ୍ୟ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି । ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମହିଳାମାନଙ୍କୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସରକାର ଆର୍ଥିକ ସହାୟତା ଦିଆ ଯାଉଛି । ସେହି ଅର୍ଥରେ ନିଜ ଉଦ୍ୟମ କରି ଯେଉଁ ଉତ୍ପାଦନ କରା ଯାଉଛି ତାହାକୁ ବଜାରରେ ବିକ୍ରୀ କରିବା ପାଇଁ ଓରମାସ ପକ୍ଷରୁ ବ୍ୟବସ୍ଥା ମଧ୍ୟ କରାଯାଉଥିବା ଓରମାସର ଡେପୁଟି ସିଓ ନିରୋଦ ଜେନା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଓ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.