thumbnail

ଗଜଲକ୍ଷ୍ମୀ ପୂଜା ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ, ସହରକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ

By ETV Bharat Odisha Team

Published : Oct 29, 2023, 9:44 PM IST

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ସହରରେ ପୋଲିସର ଫ୍ଲାଗ ମାର୍ଚ୍ଚ,ସହରକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ । ପବିତ୍ର କୁମାର ପୂର୍ଣିମା ଅବସରରୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି l ଗତ କାଲି ଚନ୍ଦ୍ରଗ୍ରହଣ ଯୋଗୁ ଅପରାହ୍ନରେ ସୁଦ୍ଧା ପୂଜା ଶେଷ ହୋଇଯାଇଥିଲା l ଆଜି ପୂଜାର ଦ୍ୱିତୀୟ ଦିନ ରବିବାର ଥିବାରୁ ଭିଡ ବଢିବ l ଲୋକମାନେ କିଭଳି ଶାନ୍ତିଶୃଖଳାରେ ମା'ଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ତେବେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଆଜି ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି l ପୂଜା ପାଇଁ 25 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗଜଲକ୍ଷ୍ମୀ ପୂଜା କିଭଳି ପରିଚାଳନା ହବ ସେ ବିଷୟରେ ଏସପି ଜ୍ଞାନରଞ୍ଜନ ମହାପାତ୍ର ଆଲୋଚନା କରିଥିଲେ l ଏହାପରେ ରିଜର୍ଭରୁ ବାହାରି ଗଣେଶ ବଜାର ଭିତର ଦେଇ କାଲଟାକ୍ସ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା l


ସୂଚନା ମୁତାବକ ପୋଲିସ ପ୍ରଶାସନ ପକ୍ଷରୁ ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି l ଏଥିସହ 2ଜଣ ଅତିରିକ୍ତ ଏସପି,7ଜଣ ଡ଼ିଏସପି, 20 ଇନ୍ସପେକ୍ଟର, 106 ଜଣ ସବଇନ୍ସପେକ୍ଟର, 350 ହୋମଗାର୍ଡ ପ୍ରମୁଖ ପୂଜାର ତଦାରଖ କରିବେ l ସହରକୁ ୨ଟି ଜୋନରେ ବିଭକ୍ତ କରାଯାଇ ଜଣେ ଲେଖାଏଁ ଅତିରିକ୍ତ ଏସପି ଦାୟିତ୍ୱ ପ୍ରଦାନ କରାଯାଇଛି l ଅପରାଧୀମନଙ୍କ ଉପରେ କଡା ନଜର ରଖାଯାଇଛି । ଯେମିତି କୌଣସି ଅପରାଧ ଘଟିବ ନାହିଁ ସେ ନେଇ ଅଧିକ ଗୁରୁତ୍ୱ ଦିଆଯାଇଛି ଏହା ସହ କିଭଳି ଶାନ୍ତିଶୃଙ୍ଖଳାର ସହ ପୂଜା ଆୟୋଜନ ହେବ ତାହା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ମନ ମୋହୁଛି କନାଟିଆ ଏବଂ ସିନ୍ଦୋଳର ଲକ୍ଷ୍ମୀ ନାରାୟଣ ପୂଜା ପରମ୍ପରା

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.