ଅବକାରୀ ବିଭାଗ ଅଧିକାରୀ ପରିଚୟ ଦେଇ ଚୋରି, ଚୋରଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

By ETV Bharat Odisha Team

Published : Nov 4, 2023, 2:15 PM IST

thumbnail

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଲିକୁଟି ଗାଁରେ ଅଭିନଵ ଉପାୟରେ ଡକାୟତି । ଅବକାରୀ ବିଭାଗ ଅଧିକାରୀ ପରିଚୟ ଦେଇ ଘରେ ପଶି ଲୁଟିଲେ ସୁନା ସହ ଲକ୍ଷାଧିକ ଟଙ୍କା । ଚୋରି ଜିନିଷ ଧରି ଫେରାର ହୋଇଯାଉଥିବା ବେଳେ 6 ଜଣଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଏହାପରେ ପୋଲିସର ଜିମା ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ କୁଟି ଗାଁରେ ରାତି 1ଟା ସମୟରେ ଅବକାରୀ ବିଭାଗରୁ ଆସିଛୁ କହି ଚୋର ମାନେ ବ୍ରଜରାଜ ଦିଗାଲ ଓ ତାଙ୍କ ତିନି ଭାଇଙ୍କ ଘରେ ପଶି ଘରେ ପଶି ଥିଲେ। ଏହାପରେ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ମାଡ଼ ମାରିଥିଲେ । ପରେ ଘରୁ ସୁନା ଟଙ୍କା ଲୁଟିଥିଲେ । ଏମିତିକି ଏକ ଦେଢ଼ ବର୍ଷର ଶିଶୁକୁ ମଧ୍ୟ ମାଡ ମାରିବାକୁ ପଛାଇ ନଥିଲେ ଅଭିଯୁକ୍ତ । 8 ଜଣ ଚୋର ସୁନା ମାଳି ଓ ଏକ ଲକ୍ଷ ପଚିଶ ହଜାର ଟଙ୍କା ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।  

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ହାଇପ୍ରୋଫାଇଲ ଚୋରି ଘଟଣା: ୨୬ଲକ୍ଷ ଟଙ୍କା ଜବତ, ଖଣ୍ଡଗିରିରୁ ୫ ଗିରଫ

ଏହି ଘଟଣା ପରେ ଅନ୍ୟ ଗାଁରେ ଥିବା ସମ୍ପର୍କୀୟଙ୍କୁ ଫୋନ ଯୋଗେ ଜଣାଇଥିଲେ । ପରେ ପ୍ରାୟ ଦଶ ଖଣ୍ଡରୁ ଅଧିକ ଗାଁ ଲୋକେ ବିଭିନ୍ନ ଜାଗାରେ ଜଗି ରହି ବାଲି ଗଟା ଅଞ୍ଚଳ ପିଣ୍ଡାଙ୍ଗୀ ଗାଁ ରାସ୍ତାରେ ତିନୋଟି ବାଇକ ସହ ଚାରି ଜଣ ଡକାୟତକୁ କାବୁ କରିଥିଲେ । ସେହିଭଳି ପାଙ୍ଗା ପଞ୍ଚାୟତ କାଲାଡି ଗାଁ ରାସ୍ତାରେ ଗୋଟିଏ ବାଇକ ସହ 2 ଜଣ ଡକାୟତକୁ ରାତି 5ଟାରେ କାବୁ କରିଥିଲେ l ଚୋର ମାନଙ୍କୁ ଧରିବା ପରେ ଗ୍ରାମବାସୀ ମାଡ ମାରିବା ସହ ସକାଳେ ଫିରିଙ୍ଗିଆ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିଥିଲା । ପରେ ଫିରିଙ୍ଗିଆ ଥାନାରେ କାଲି କୁଟି ଗାଁର ବ୍ରଜ ରାଜ ଦିଗାଲ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l ଏହି ଘଟଣାରେ ଫିରିଙ୍ଗିଆ ପୋଲିସ 6 ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିବା ବେଳେ 2 ଜଣ ଫେରାର ଥିବା ଜଣାପଡିଛି । ପୋଲିସ ଚାରୋଟି ବାଇକ ମଧ୍ୟ ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଅମିତ ପାତ୍ର, ବିଶ୍ୱକର୍ମା କହଁର, ତପନ କୁମାର ପ୍ରଧାନ, ଦୀପକ ପ୍ରଧାନ, ହରିଚନ୍ଦନ କହଁର, ପଦ୍ମନାଭ ଦେହୁରୀ ।  

ଇଟିଭି ଭାତ,କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.