ସଫଳ ହେଲାନି ପ୍ଲାନ: ଏଟିଏମ ଲୁଟ ପୂର୍ବରୁ 5 ଡକାୟତଙ୍କ ହାତରେ ହାତକଡି ପକାଇଲା ପୋଲିସ - ଏଟିଏମ୍ ଲୁଟ

🎬 Watch Now: Feature Video

thumbnail

By

Published : Jul 23, 2023, 9:28 AM IST

ବ୍ରହ୍ମପୁର: ଏଟିଏମ୍ ଲୁଟ କରିବାକୁ ଯାଉଥିବା ପାଞ୍ଚ ଜଣିଆ ଡକାୟତ ଦଳ ଗିରଫ କରିବାରେ ସକ୍ଷମ ହୋଇଛି କବିସୂର୍ଯ୍ୟନଗର ଥାନା ପୋଲିସ । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ ଗ୍ରାମ ନିକଟରୁ ଏହି ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ତେବେ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା, ଲଙ୍କାଗୁଣ୍ଡ ସ୍ପ୍ରେ ସମେତ କାର ଓ ମୋଟର ସାଇକେଲକୁ ପୋଲିସ ଜବତ କରିଛି । ଗତ ଶୁକ୍ରବାର ରାତିରେ ହିଞ୍ଜିଳିକାଟୁ ଥାନା ଗଣ୍ଡଳା ଗାଁର ଏଟିଏମ ଲୁଟ ପାଇଁ ଯୋଜନା କରୁଥିବା ପୋଲିସ ସୂଚନା ଦେଇଛି  । ତେବେ ଗିରଫ ଅଭିଯୁକ୍ତମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଡକାୟତି ମାମଲା ରହିଥିବାର ମଧ୍ୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


ସେହିପରି ଗତ ୨୦୨୦ ମସିହାରେ ପୁରୁଷୋତ୍ତମପୁର ସହରରୁ ୮ କିଲୋ ସୁନା ଲୁଟ ଘଟଣାରେ ଏହି ଗିରଫ ଅଭିଯୁକ୍ତମାନଙ୍କ ସଂପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.