ଆଦିବାସୀ ଦମ୍ପତି ଯିବେ ଦିଲ୍ଲୀ, PMO କାର୍ଯ୍ୟାଳୟରୁ ଆସିଲା ଡାକରା

By

Published : Aug 12, 2023, 10:17 PM IST

thumbnail

ନୂଆପଡ଼ା: ଜିଲ୍ଲାର ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟରେ ଦେଖାଦେଇଛି ଖୁସିର ମାହୋଲ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ବତନ୍ତ୍ର ନିମନ୍ତ୍ରଣ ଆସି ପହଞ୍ଚିଛି ସୁନାବେଡା ଗାଁରେ । ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଦମ୍ପତି ଯୁବରାଜ ସିଂ ଛତ୍ରୀଆ ଧର୍ମପତ୍ନୀ ଆସମତି ଛତ୍ରୀଆ ଯିବେ ଦିଲ୍ଲୀ । ରାଜ ଅତିଥି ଭାବରେ ଯୋଗଦେଇ ଐତିହାସିକ ଲାଲକିଲାଠାରେ ପାଳିତ ହେବାକୁ ବା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ଯୋଗଦେବେ ଏହି ଦମ୍ପତି । 

ଭାରତର ଗର୍ବ ଓ ଗୌରବ ସ୍ବର୍ଣ୍ଣିମ ଇତିହାସକୁ ମନେପକାଇ ତ୍ରିରଙ୍ଗା ପତାକା ଉଡାଇବେ ଭାରତର ପ୍ରଧାନମନ୍ତ୍ରୀ । ଏହି ମହାନ ଜାତୀୟ ପର୍ବକୁ ଅତି ନିକଟରୁ ଉପଭୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ନିଧି ହିତାଧିକାରୀ ଭାବରେ ଓଡ଼ିଶାର ଏକମାତ୍ର ଆଦିମ ଜନଜାତି ବର୍ଗର କୃଷକ ଭାବରେ ଯୁବରାଜ ସିଂ ଛତ୍ରୀଆ ଧର୍ମପତ୍ନୀ ଆସମତି ଛତ୍ରୀଆ ସୁଯୋଗ ପାଇଛନ୍ତି । ଏନେଇ ନୂଆପଡା ଜିଲ୍ଲା ସୁନାବେଡାବାସୀ ଖୁସି ଜାହିର କରିଛନ୍ତି ।  

ଏହା ବି ପଢନ୍ତୁ- ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡା, ରାଷ୍ଟ୍ରପତି ଭବନରୁ ଆସିଲା ଡାକରା

ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ସୁନାଦେଈ ପୀଠରେ ଆଜି ପୂଜାର୍ଚ୍ଚନା କରି ମୁଣ୍ଡିଆମାରି ଉଭୟେ ଦମ୍ପତି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆଦିମ ଚକୋଟିଆ ଭୁଞ୍ଜିଆ ଜନଜାତି ନିୟମ ଅନୁଶାରେ ଉଭୟେ ଦମ୍ପତି ଚପଲ ଜୋତା ବ୍ୟବହାର ନକରି ଖାଲି ପାଦରେ ଦିଲ୍ଲୀ ଯାତ୍ରା କରିଛନ୍ତି । ଏନେଇ ଉଭୟେ ଦମ୍ପତିଙ୍କୁ ପଚାରିବାରୁ ଚକୋଟିଆ ଭୁଞ୍ଜିଆଙ୍କ ମୌଳିକ ହକ ଅଧିକାର ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକରି ଅବଗତ କରିବେ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.