ରବିବାରଠୁ ଲାଗୁ ହେବ ପିଏମ୍ ବିଶ୍ୱକର୍ମା ଯୋଜନା, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ କରାଯିବ ସଚେତନ
🎬 Watch Now: Feature Video
Published : Sep 16, 2023, 1:37 PM IST
ପୁରୀ: ଚଳିତ ମାସ ୧୭ ତାରିଖରୁ ଅର୍ଥାତ ବିଶ୍ୱକର୍ମା ପୂଜାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା । ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ବିଶ୍ୱକର୍ମା ଯୋଜନାକୁ ପହଞ୍ଚାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ପୁରୀରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବେ । ସମ୍ବଲପୁରରେ ଜନ୍ ବର୍ଲା ଉପସ୍ଥିତ ରହିବେ । ତେବେ ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ପାଖାପାଖି ୧ ଲକ୍ଷ କାରିଗର ଉପକୃତ ହେବେ ବୋଲି କହିଛନ୍ତି ସମୀର ମହାନ୍ତି । ବିଶ୍ଵକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ସହାୟତା । କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ । 'ବିଶ୍ୱକର୍ମା ଯୋଜନା' ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ । ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନାକୁ ନେଇ ଘୋଷଣା କରିଥିଲେ ।
ଇଟିଭି ଭାରତ, ପୁରୀ