ପ୍ରଧାନମନ୍ତ୍ରୀଙ୍କ ପାଇଁ କବିତା ଗାଇଲେ କୁନି ଝିଅ, ହରିୟାଣା ରାଜ୍ୟପାଳଙ୍କ ନାତୁଣୀଙ୍କୁ ପ୍ରଶଂସା କଲେ ମୋଦି - ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ
🎬 Watch Now: Feature Video
Published : Dec 11, 2023, 9:55 AM IST
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପାଇଁ କବିତା ଗାଇଲେ କୁନି ଝିଅ। କୁନି ଓଠରେ ଏକ ସୁନ୍ଦର କବିତା ଗାଇଥିବାରୁ ଭିଡିଓଟିକୁ ରିଟ୍ବିଟ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଏହି ଭିଡିଓଟିକୁ ଟ୍ବିଟରରେ ସେୟାର କରିଛନ୍ତି । କୁନି ଝିଅଟି ତାଙ୍କ ନାତୁଣୀ ବୋଲି ସେ ଭିଡିଓ କ୍ୟାପସନରେ ଲେଖିଛନ୍ତି । ଭିଡିଓଟିକୁ ସେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ଯେ, ମୋ ନାତୁଣୀ ଯଶୋଧରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଏକ କବିତା ଗାଇଛନ୍ତି । ଏହାପରେ ନରେନ୍ଦ୍ର ମୋଦି ମଧ୍ୟ ଏହି ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି । ଭିଡିଓଟିକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ସେୟାର କରି ହରିୟାଣା ରାଜ୍ୟପାଳଙ୍କ ନାତୁଣୀଙ୍କୁ ପ୍ରଶଂସା କରିଛନ୍ତି । କବିତାର ଲେଖା ସୃଜନାତ୍ମକ ଓ ଅତି ସୁନ୍ଦର । ତାଙ୍କର ଶବ୍ଦ ଶକ୍ତିର ଉତ୍ସ ଅଟେ ବୋଲି କହିଛନ୍ତି ମୋଦି ।
ଏହା ମଧ୍ୟ ପଢନ୍ତୁ-କୁନି ଝିଅର ସମସ୍ୟା ବୁଝିଲେ ମୋଦି, ଆଉ ମାଆଠୁ ଗାଳି ଖାଇବନି ସିରତ