No Confidence Motion: ପ୍ରଥମରୁ କଣ କହିଲେ ପ୍ରଧାନମନ୍ତ୍ରୀ?
🎬 Watch Now: Feature Video
ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ପ୍ରସ୍ତାବକୁ ନେଇ ଗତ 3 ଦିନ ଧରି ଚାଲିଛି । ଆଜି ବିତର୍କର ଶେଷ ଦିନରେ ବିରୋଧୀଙ୍କ ତମାମ ଅଭିଯୋଗର ଜବାବ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଧ୍ୟା 5 ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଦ୍ବିତୀୟ ଥର ପାଇଁ ଲୋକସଭାକୁ ଆସିଥିଲେ । ଏହା ପରେ 5 ଟା ରୁ ପ୍ରଧାନମନ୍ତ୍ରୀ ଲୋକସଭାରେ ଜବାବ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆରମ୍ଭରୁ ବିରୋଧୀଙ୍କୁ ସିଧା ଆକ୍ରମଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ ଭଲ ହୋଇଥାନ୍ତା ଯଦି ବିରୋଧୀ ମୌସୁମୀ ଅଧିବେଶନରେ ଆସିଥିବା ଏକାଧିକ ବିଲକୁ ନେଇ ବିରୋଧୀ ସଂସଦରେ ଆଲୋଚନା କରିଥାନ୍ତେ । ମଣିପୁର ପ୍ରସଙ୍ଗରେ ସରକାର ଜବାବ ଦେହୀ । କିନ୍ତୁ ବିରୋଧୀ ପ୍ରଥମରୁ ସଂସଦକୁ ଅଚଳ କରି ସଂସଦକୁ ଅଚଳ କଲେ । ଯାହା ଦେଶର ଜନତା ଦେଖୁଛନ୍ତି । ସଠିକ ଜବାବ ଦେବେ ବୋଲି କହିଛନ୍ତି । ଦେଖନ୍ତୁ ପ୍ରାରମ୍ଭରୁ ମୋଦି କଣ କହିଥିଲେ ।
ଏହାବି ପଢନ୍ତୁ- No Confidence Motion: ଅନାସ୍ଥା ପ୍ରସ୍ତାବ ଆଲୋଚନାର ତୃତୀୟ ଦିନ, ଆଜି ଜବାବ ରଖିବେ ମୋଦି