thumbnail

By

Published : Mar 17, 2023, 9:34 PM IST

ETV Bharat / Videos

ଯୁବ କଣ୍ଠଶିଳ୍ପୀ ସ୍ନେହଦୀପଙ୍କୁ ମୋଦିଙ୍କ ପ୍ରଶଂସା, ଅନେକ ଭାଷାରେ ଗାଇଲେ KESARIYA ଗୀତ

ନୂଆଦିଲ୍ଲୀ: ଶିଖ୍‌ ଯୁବ କଣ୍ଠଶିଳ୍ପୀ ସ୍ନେହଦୀପ ସିଂ କାଲସିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ନେହଦୀପ ଭାରତର ବିଭିନ୍ନ ଶାସ୍ତ୍ରୀୟ ଭାଷାରେ ଲୋକପ୍ରିୟ ବଲିଉଡ ସଙ୍ଗ୍‌ 'କେଶରିୟା' (KESARIYA)କୁ ଗାଇଛନ୍ତି । ସ୍ନେହଦୀପଙ୍କ ମେଲୋଡିଅସ ଗୀତକୁ ଟ୍ବିଟ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା 'ଏକ ଭାରତ ଶ୍ରେଷ୍ଠ ଭାରତ' ପରିଚୟ ଦେଉଛି ବୋଲି ମୋଦି କହିଛନ୍ତି । ଏହି ଗୀତରେ ମାଲାୟାଲାମ, କନ୍ନଡ, ତାମିଲ, ତେଲୁଗୁ ସହିତ ମୂଳ ଭାଷା ହିନ୍ଦୀରେ ମଧ୍ୟ ଗାଇଛନ୍ତି ସ୍ନେହଦୀପ । ଯାହାକି ବେଶ ମଧୁର ହେବା ସହିତ ଅନେକ ଲୋକଙ୍କ ହୃଦୟ ଜିତିପାରିଛି ।  

ବଲିଉଡ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଏହି ଗୀତକୁ ସେ ଗାଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଥିବା ବେଳେ ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଥମେ ଏହାକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଥିଲେ । ସ୍ନେହଦୀପଙ୍କ ଏହି ରିମିକ୍ସରେ 'ଏକ ଭାରତ'ର ଝଲକର ଶବ୍ଦ ଗୁଞ୍ଜିରତ ହେଉଥିବା ସେ କହିଥିଲେ ଏବଂ ସ୍ନେହଦୀପଙ୍କ ସ୍ବରକୁ ବେଶ ପ୍ରଶଂସା କରିଥିଲେ । ଆନନ୍ଦଙ୍କ ପରେ ଅନେକ ୟୁଜର୍ସ ସ୍ନେହଦୀପଙ୍କ ପ୍ରତିଭାର ପ୍ରଶଂସାରେ ଶତମୁଖ ହୋଇଥିବା ବେଳେ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ନେହଦୀପଙ୍କୁ ପ୍ରଶଂସା କରିଛନ୍ତି ।  

ଗତବର୍ଷ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଥିଲେ ସ୍ନେହଦୀପ । ଯାହାକି କିଛି ସମୟ ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ତାଙ୍କୁ ଏବେ ରାତାରାତି ଷ୍ଟାର କରିଛି । ଭାରତର କୋଣ ଅନୁକୋଣରେ ଏହି ଗୀତ ଏବେ ପହଞ୍ଚିଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ୟୁଜର୍ସ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି । ତେବେ ସ୍ନେହଦୀପ ନିଜ ଗୀତ ଗାଉଥିବାର ଭିଡିଓ ସେୟାର କରି ଏହାକୁ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦର ନିଜ ବନ୍ଧୁ ତଥା ପୂର୍ବତନ ସହକର୍ମୀଙ୍କୁ ଡେଡିକେଟ କରିଥିବା କହିଛନ୍ତି ।  

ସୂଚନା ଥାଉ କି ବ୍ରହ୍ମାସ୍ତ୍ର ଫିଲ୍ମକୁ ଆର୍ଯ୍ୟନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଥିବା ବେଳେ ରଣବୀର କପୁର ଓ ଆଲିଆ ଭଟ୍ଟ ଏଥିରେ ଅଭିନୟ କରିଥିଲେ । ଉଭୟଙ୍କ 'କେଶରିୟା' ଗୀତଟିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହି ଗୀତକୁ ବଲିଉଡର ଲୋକପ୍ରିୟ ପ୍ଲେ ବ୍ୟାକ ସିଙ୍ଗର ଅରିଜିତ ସିଂ ଗାଇଥିଲେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.