Watch: ଆବାସ ଘର ପାଇଁ ବିଧାୟକଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ - ବିଧାୟକଙ୍କ ପାଦ ତଳେ ପଡିଲେ ଭିନ୍ନକ୍ଷମ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 4, 2023, 12:50 PM IST

ସମ୍ବଲପୁର: ପକ୍କା ଘର ଖଣ୍ଡେ ପାଇଁ ବିଧାୟକଙ୍କ ଗୋଡ ଧରିଲେ ଦିବ୍ୟାଙ୍ଗ । ପାଦ ତଳେ ପଡି ଯାଇ ଆବାସ ଘରଟିଏ ଲାଗି କାକୁତି ମିନତି ହେଲେ  । ଏଭଳି ଏକ ସମ୍ବେଦନଶୀଳ ଦୃଶ୍ୟ ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ  । ଏଠାରେ ଜଣେ ଦିବ୍ୟାଙ୍ଗ ହିତାଧିକାରୀ ଆବାସ ଯୋଜନାରେ ଘର ପାଇଁ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଗୋଡ ଧରିଥିବା ଦେଖିବାକୁ ମିଳିଛି  । 

ଶୁକ୍ରବାର ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ ବସିଥିଲା  । ବୈଠକ ସରିବା ପରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ବାହାରକୁ ଯାଉଥିବା ସମୟରେ ଦିବ୍ୟାଙ୍ଗ ହିତାଧିକାରୀ ଜଣକ ହଠାତ ତାଙ୍କ ପାଦ ତଳେ ପଡି ଯାଇଥିଲେ l କାନ୍ଦି କାନ୍ଦି ଆବାସ ଯୋଜନାରେ ଘରଟିଏ ପାଇଁ ସେ ନେହୁରା ହୋଇଥିଲେ । ଦିବ୍ୟାଙ୍ଗ ଜଣକ ହେଲେ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ନାକଟିଦେଉଲ ବ୍ଳକ ଅନ୍ତର୍ଗତ କୁଟାସିଂହା ଗ୍ରାମର ନାରଦ ମାଝୀ । ତାଙ୍କର ଚାଳ ଘରଟି ଗତ ବର୍ଷ ଝଡ ତୋପାନରେ ଭାଙ୍ଗି ଯାଇଥିଲା l ଆର୍ଥିକ ଅନାଟନ ଭିତରେ ନାରଦ ଏବେ ଖୁବ୍ ଅସୁବିଧାରେ ରହୁଛନ୍ତି l 

ଏହାମଧ୍ୟ ପଢନ୍ତୁ: WATCH VIDEO: କୁନି ପୁଅ କରୁଛି ପୂଜା, ଭିଡିଓ ଭାଇରଲ

ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି କୌଣସି ସୁଫଳ ନମିଳିବା ପରେ ସେ ଶୁକ୍ରବାର ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ ଆସିଥିଲେ । ଏହି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ସେ ହଠାତ ସେଠାରେ ପହଞ୍ଚି ଥିଲେ l ସେଠାରେ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀଙ୍କୁ ଦେଖି ଦିବ୍ୟାଙ୍ଗ ଜଣକ ଭାବବିହ୍ଵଳ ହୋଇ ତାଙ୍କ ଗୋଡ଼ ତଳେ ପଡି ଯାଇ ନିଜର ସମସ୍ୟା ଜଣାଇ ଥିଲେ l ଏହାପରେ ବିଧାୟକ ଦିବ୍ୟାଙ୍ଗ ନାରଦଙ୍କୁ ସାଙ୍ଗରେ ନେଇ ଜିଲ୍ଲାପାଳଙ୍କୁ ଭେଟି ଆବାସ ଯୋଜନା କିପରି ହୋଇପାରିବ ସେନେଇ ଆଲୋଚନା କରିଥିଲେ l ତେବେ ପରେ ଜିଲ୍ଲାପାଳ ଅନନ୍ୟା ଦାସ ନାକଟିଦେଉଳ ବ୍ଲକ ବିଡ଼ିଓଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହି ହିତାଧିକାରୀଙ୍କୁ ଘର ଯୋଗାଇବାକୁ ପରାମର୍ଶ ଦେଇଥିବା ଜଣାପଡିଛି l

 

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.