Ratha Yatra 2023: ରଥଯାତ୍ରାରେ ଭାଇଚାରା ବାର୍ତ୍ତା ବାଣ୍ଟିଲା ସିଲଭରସିଟି

By

Published : Jun 20, 2023, 4:23 PM IST

thumbnail

କଟକ: ଆଉ କିଛି ସମୟରେ ଆରମ୍ଭ ହେବ ପବିତ୍ର ରଥଯାତ୍ରା । ଏନେଇ ରଥ ପ୍ରସ୍ତୁତ ଥିଲା ବେଳେ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ତେବେ ଏହି ପବିତ୍ର ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛି କଟକ ।  ଉଭୟ ହିନ୍ଦୁ ଓ ମୁସଲିମ ଏହି ରଥଯାତ୍ରାରେ ଲୋକଙ୍କ ସେବା କରିବା ଆରମ୍ଭ କରିଛନ୍ତି ।  ଭାଇଚାରା ସହରକୁ ପୁଣି ଥରେ ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବା ଦିଗରେ ଏମାନେ ରଖିଛନ୍ତି ଏପରି ବାର୍ତ୍ତା ।  ସିଲଭରସିଟିରେ ପ୍ରଚଣ୍ଡ ଖରା ହେଉଥିବାରୁ ଲୋକମାନଙ୍କୁ ଏହି ଟାଣ ଖରାରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ଘୋଳ ଦହି, ଥଣ୍ଡା ପାଣି ବାଣ୍ଟିବା ଆରମ୍ଭ କରିଛନ୍ତି ହିନ୍ଦୁ ଓ ମୁସିଲମ ଭାଇ ଓ ଭଉଣୀ । ଏହାଦ୍ବାରା ଲୋକମାନେ ଆତ୍ମ ସନ୍ତୋଷ ଜାରି କରିଥିଲା ବେଳେ ଭାଇଚାରା ଶବ୍ଦକୁ ଆହୁରି ମଜଭୁତ କରିଛନ୍ତି ଏମାନେ । ଉଭୟ ସମ୍ପ୍ରଦାୟର ବଡ଼ ପର୍ବ ଆସିଲେ ଉଭୟଙ୍କ ମଧ୍ୟରେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥାନ୍ତି ଉଭୟ ।  ତେବେ ଏଭଳି କାର୍ଯ୍ୟ କରି ବେଶ ଖୁସି ସାଉଁଟିଛନ୍ତି ମୁସଲିମ ଭାଇ ଓ ଭଉଣୀ ।  

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.