କେମିକାଲ କମ୍ପାନୀକୁ ବିରୋଧ, ଅଧାରୁ ବାତିଲ ହେଲା ଜନ ଶୁଣାଣି

By ETV Bharat Odisha Team

Published : Oct 21, 2023, 7:26 AM IST

thumbnail

ଯାଜପୁର : ଭିସିଆଇ କେମିକାଲ କମ୍ପାନୀ ପ୍ରତିଷ୍ଠାକୁ ବିରୋଧ । ଜିଲ୍ଲା ପ୍ରଦୂଷଣ ବିଭାଗର ଜନ ଶୁଣାଣି ବେଳେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ।  ଅଧାରୁ ବାତିଲ ହେଲା ଜନ ଶୁଣାଣି । ଆଜି ଯାଜପୁର ଜିଲ୍ଲାର କଳିଙ୍ଗନଗର ଯଖପୁରା ଅଞ୍ଚଳରେ ଏକ କେମିକାଲ କମ୍ପାନୀ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଦୂଷଣ ବିଭାଗ ପକ୍ଷରୁ ଜନ ଶୁଣାଣି ଥିଲା । ଏହି ଅବସରରେ ଜିଲ୍ଲା ପ୍ରଦୂଷଣ ବିଭାଗ ପକ୍ଷରୁ କଳିଙ୍ଗନଗର ସ୍ଥିତ ଦାନଗଦି ଭବନରେ ଭି.ସି ଆଇ କେମିକାଲ କମ୍ପାନୀର ପ୍ରତିଷ୍ଠା ପାଇଁ ଜନ ଶୁଣାଣି କରାଯାଉଥିଲା । ଏହି ସମୟରେ ସ୍ଥାନୀୟ ଯଖପୁରା, ରାବଣା, ତେଲିବାହାଳୀ, କଚେରୀ ଗାଁ ଓ ଦାନଗଦିର ଅଞ୍ଚଳର ଶତାଧିକ ସ୍ଥାନୀୟ ଲୋକ ଏହି କେମିକାଲ କମ୍ପାନୀକୁ ବିରୋଧ କରିଥିଲେ ।  ସେପଟେ ଲୋକଙ୍କ ବିରୋଧକୁ ଦେଖି ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଜିଲ୍ଲା ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ଜନ ଶୁଣାଣିକୁ ବାତିଲ କରିଥିବା ସୂଚନା ମିଳିଛି ।  

ଏହା ମଧ୍ୟ ପଢ଼ନ୍ତୁ....Khandagiri Triple Murder Case: 27 ବର୍ଷ ପରେ ଆସିଲା ଚୂଡାନ୍ତ ରାୟ, ୩ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର ଜିଲ୍ଲା ଦାନଗାଦି ତହସିଲ ଅନ୍ତର୍ଗତ ଯଖପୁରା ଓ କଚେରୀ ଗାଁ ଅଞ୍ଚଳରେ 1.0 ଏଲଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନଫିଲ୍ଚ କୋଲଟାର ଡିଷ୍ଟିଲେସନ୍ ପ୍ରକଳ୍ପ ସ୍ଥାପନ ପାଇଁ ଆଜି ପରିବେଶ ମଞ୍ଜୁରୀ ପାଇଁ ଜନ ଶୁଣାଣି ଥିଲା । ଏହି କମ୍ପାନୀ ପାଇଁ ସ୍ଥାନୀୟ ଅଞ୍ଚଳରୁ 29 ଏକର ଜମି ପାଇଁ ଭିସିଆଇ କେମିକାଲ କମ୍ପାନୀ ରାଜ୍ୟ ସରକାରଙ୍କୁ ଜମି ମାଗିଥିଲେ । ସେପଟେ ସ୍ଥାନୀୟ ଲୋକେ କଳିଙ୍ଗନଗର ଅଞ୍ଚଳରେ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଓ  ଅନ୍ୟ କାରଖାନାକୁ ସ୍ୱାଗତ କରୁଥିବା ବେଳେ ଏହି କେମିକାଲ କମ୍ପାନୀକୁ ବିରୋଧ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ କେମିକାଲ କମ୍ପାନୀ ପ୍ରତିଷ୍ଠା ହେଲେ ଅନେକ କ୍ଷତି ହେବ ବୋଲି ସ୍ଥାନୀୟ ଅଭିଯୋଗ କରିଛନ୍ତି । ଏହାସହ ଏହି କମ୍ପାନୀକୁ କଳିଙ୍ଗନଗର ଅଞ୍ଚଳରେ ପ୍ରତିଷ୍ଠା ନକରିବା ପାଇଁ ସ୍ଥାନୀୟ ଲୋକେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହିତ ଆଜି ଜନ ଶୁଣାଣୀକୁ କଡା ବିରୋଧ କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ବିରୋଧକୁ ଦେଖି ଅତିରିକ୍ତ ଏସପିଙ୍କ ନେତୃତ୍ୱରେ 4ଟି ଥାନାର ଅଧିକାରୀଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.