ସ୍ମୃତିରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ଅନୁଗୋଳରେ ବୋଇତ ବନ୍ଦାଣ ଉତ୍ସବ - ଅନୁଗୋଳ ସଂସ୍କୃତି ଅନୁଷ୍ଠାନ

🎬 Watch Now: Feature Video

thumbnail

By

Published : Nov 8, 2022, 11:12 AM IST

Updated : Feb 3, 2023, 8:31 PM IST

ଓଡିଶାରେ ବୋଇତ ବନ୍ଦାଣ ଉତ୍ସବ କାହିଁ କେଉଁ କାଳର ପରମ୍ପରା । ଯାହାକୁ ଉଜ୍ଜୀବିତ ରଖିବା ପାଇଁ ଅନୁଗୋଳ ସଂସ୍କୃତି ଅନୁଷ୍ଠାନ ଆୟୋଜନ କରିଛି ବୋଇତ ବନ୍ଦାଣ ଉତ୍ସବ । ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ରଖିବା ପାଇଁ ଗତ ଦୁଇବର୍ଷର କଟକଣା ପରେ ଚଳିତ ଥର ଅନୁଷ୍ଠାନ ପକ୍ଷରୁ ୩୭ତମ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି । କଳାକାର ଅନୁଷ୍ଠାନ ଦ୍ବାରା ପରିବେଷିତ ବୋଇତ ବନ୍ଦାଣ ନୃତ୍ୟ ନାଟିକାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା । ପରେ ପରେ ଓଡିଶୀ ସହ ବଙ୍ଗଳା ଭାଷାର ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ସମ୍ମାନିତ କରାଯାଇଥିବାବେଳେ, ସେ ପରିବେଷଣ କରିଥିଲେ ନିଜ ଅଭିନୟର ଚାତୁରୀ । ଯାହାକି ଅନୁଗୋଳ ସଭାଘରେ ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା । ଏହାସହ ଏହି ଉତ୍ସବରେ ନାଟକ ପରିବର୍ତ୍ତନ ମଞ୍ଚସ୍ଥ ହୋଇଥିଲା । କଳାକାର ଅନୁଷ୍ଠାନର କାଳକରମାନେ ଏହି ନାଟକରେ ବେଶ ନିଖୁଣ ଅଭିନୟ କରିଥିଲେ । ଏହାବ୍ୟତୀତ କଯ୍ୟକ୍ରମରେ ଅନେକ କଳାକାରଙ୍କୁ ସମ୍ନାନିତ କରାଯାଇଥିଲା । ଦୁଇ ବର୍ଷର କୋରୋନା କଟକଣା କାରଣରୁ ଏଇ ଉତ୍ସବ ବନ୍ଦ ରହିଥିବାରୁ ଏଥର ଲୋକଙ୍କ ମନରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.