ବଢ଼ୁଛି ଭିଣ୍ଟେଜ୍ କାର୍ କ୍ରେଜ୍, ୧୯୬୩ର ମଡେଲ୍କୁ ମଡେଲିଂ କଲେ ଯୁବକ - ବିବାହ ଉତ୍ସବରେ ଭିଣ୍ଟେଜ୍ କାର୍ କ୍ରେଜ୍
🎬 Watch Now: Feature Video
ପାଟନା: ବଢ଼ୁଛି ଭିଣ୍ଟେଜ୍ କାର୍ କ୍ରେଜ୍ । ଅନେକ କାର୍ପ୍ରେମୀ ଭିଣ୍ଟେଜ୍ କାର୍(ପୁରାତନ କାର୍)ର ସଉକ ରଖିଥାନ୍ତି । ବିହାର ରାଜଧାନୀ ପାଟନାରେ ଏଭଳି କାର୍ପ୍ରେମୀଙ୍କୁ ଦେଖିବାକୁ ମିଳେ । ଏହାକୁ ଦୃଷ୍ଟିରେ ରଖି ପାଟନାସ୍ଥିତ ରୟାଲ୍ ରାଇଡ୍ସ୍ ନାମକ ସଂସ୍ଥା ୧୯୬୩ ମସିହାର ଏକ ମର୍ସେଡିଜ୍ କାର୍କୁ ମେଡେଲିଂ କରି ନୂଆ ରୂପ ଦେଇଛନ୍ତି । ଏହା ୧୯୬୩ ମସିହାର ମର୍ସେଡିଜ୍ ବେଞ୍ଜ୍ । ଏହି ସଂସ୍ଥା ବିବାହ ସମାରୋହରେ ପୁରାତନ କାର୍ ଉପଲବ୍ଧ କରାଉଛି । ଏହି ସଂସ୍ଥା ସହ ଜଡ଼ିତ କରୁଣେଶ କୁମାର ବା ସୋନୁ ୧୯୬୩ ମସିହାର ଏକ ମର୍ସେଡିଜ୍ କାର୍କୁ ମେଡେଲିଂ କରିଛନ୍ତି । ଏହି କାର୍ରେ ଥରୁଟିଏ ବସିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ବିବାହ ସମାରୋହ ଏହା କାର୍ର ଗୋଟିଏ ଦିନର ଭଡ଼ା ୩୫ ହଜାରରୁ ୪୫ ହଜାର ଟଙ୍କା ରହିଛି । ତେବେ କେବଳ ପାଟନା ସହରରେ ଏହି କାର ପାଇଁ ବୁକିଂ ରଖାଯାଉଛି । ମୁମ୍ବାଇରେ କାର୍ଟିର ମଡେଲିଂ ହୋଇଥିବା ବେଳେ ଏଥିପାଇଁ ଏକ ମାସ ସମୟ ଲାଗିଥିଲା । ବର୍ତ୍ତମାନ ଏହି କାର୍ର ବଜାର ମୂଲ୍ୟ ଏକ କୋଟିରୁ ଅଧିକ ରହିଛି ।
Last Updated : Feb 3, 2023, 8:34 PM IST