‘ତମାସା ବନା ଦିଆ ହୈ’: ବେଆଇନ ବୁଲଡୋଜର ଆକ୍ସନ ଉପରେ ବର୍ଷିଲେ ପାଟନା ହାଇକୋର୍ଟ - ବୁଲଡୋଜର ବିବାଦ

🎬 Watch Now: Feature Video

thumbnail

By

Published : Dec 4, 2022, 6:57 PM IST

Updated : Feb 3, 2023, 8:34 PM IST

ହାଇଦ୍ରାବାଦ: ଜମିଜମା ବିବାଦରୁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ବୁଲଡୋଜର ଲଗାଇ ଜଣେ ଆବେଦନକାରୀଙ୍କ ଘର ଭାଙ୍ଗିବା ଘଟଣାରେ କ୍ଷୁବ୍ଧ ହୋଇଛନ୍ତି ପାଟନା ହାଇକୋର୍ଟ (Patna High Court on Illegal Demolition Of House)। ପ୍ରଶାସନ ଦ୍ବାରା ଏପରି କାର୍ଯ୍ୟାନୁଷ୍ଠାନର ଶିକାର ହୋଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜଣେ ଆବେଦନକାରୀ । ଆଜି ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ସନ୍ଦୀପ କୁମାର (Justice Sandeep Kumar) ପୋଲିସ ଓ ପ୍ରଶାସନକୁ ତୀବ୍ର ଭର୍ତ୍ସନା କରିବା ସହ ବୁଲଡୋଜର ଆକ୍ସନକୁ ତମାସା ବୋଲି କହିଛନ୍ତି । ଜମି ମାଫିଆଙ୍କ ଠାରୁ ଲାଞ୍ଚ ଖାଇ ପ୍ରାଶସନ ଓ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବୁଲଡୋଜର ଚଢାଇ ଭାଙ୍ଗିଛି ବୋଲି ଜଜ କହିବା ସହ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ ମଧ୍ୟ କରିଛନ୍ତି । କୋର୍ଟ ଶୁଣାଣି ସମୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.