thumbnail

ପଞ୍ଚାୟତ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଲା ପଞ୍ଚାୟତ ନିର୍ବାହୀ ସଂଘ

By

Published : Aug 18, 2023, 9:25 PM IST

କେନ୍ଦୁଝର: ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇଲା ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ଅଗଷ୍ଟ ୭ରୁ ୧୭ ତାରିଖ  ଯାଏଁ କଳା ବ୍ୟାଚ୍‌ ପିନ୍ଧି ସରକାରଙ୍କୁ ନିଜର ଦାବି ଜଣାଇ ଥିଲେ କିନ୍ତୁ କିଛି ସଫଳ ହୋଇନଥିଲା । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟ ସଂଙ୍ଘ ତରଫରୁ କଲମ ଛାଡ଼ ଆନ୍ଦୋଳୋନର ଡାକରା ଦିଆଯାଇଛି । ଯାହା ଫଳରେ କେନ୍ଦୁଝର ଜିଲ୍ଳାର ପଞ୍ଚାୟତ ନିର୍ବାହୀ ଅଧିକାରୀ 2 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି  ।

ଗ୍ରାମପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତୃଣମୂଳ ସ୍ତରରେ କାର୍ଯ୍ୟ ସଞ୍ଚାଳକ ଓ ସମ୍ପାଦନ କରୁଛନ୍ତି । ଗ୍ରାମାଞ୍ଚଳରେ କାର୍ଯ୍ୟକ୍ଷମ ୧୪ ବିଭାଗର ୨୯ଟି ଦାୟିତ୍ଵ ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସମସ୍ତ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦାନ କରୁଛନ୍ତି  । ଏଥିମଧ୍ୟରେ ପିଇଓଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଦାରିଦ୍ର୍ୟ ଦୂରୀକରଣ ଯୋଜନା, ମୋ ଘର ଯୋଜନା, ମନରେଗା, ସିସି ରୋଡ ଆଦି ଯୋଜନାକୁ ଜୀବନ ବିପନ୍ନ କରି ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସମ୍ପାଦନ କରି ଆସୁଛନ୍ତି । ଏହି ସବୁ କାର୍ଯ୍ୟ କରୁଥିବା ସମୟରେ ସାମାନ୍ୟ ଭୁଲ ହେଲେ ପଞ୍ଚାୟତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ସରକାର ପଞ୍ଚାୟତ ଅଧିକାରୀଙ୍କ କୌଣସି ଦାବିକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସଂଘର ସଦସ୍ୟା । 

 ଏହା ମଧ୍ୟ ପଢନ୍ତୁ...ସାମୂହିକ ଛୁଟିରେ ପିଇଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ତେବେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ପରୀକ୍ଷାରେ ଯୁକ୍ତ ୨ରୁ ଯୁକ୍ତ ୩ ପର୍ଯ୍ୟନ୍ତ କରିବା ସହ ଗ୍ରେଡ୍‌ ପେ ଲେବଲରୁ ଲେବଲ ୨ ପର୍ଯ୍ୟନ୍ତ କରିବାକୁ ଦାବି କରିଛନ୍ତି  । ଏହାସହ କାର୍ଯ୍ୟକାଳର ୧୦ ବର୍ଷ ପୂରଣ କରିଥିବା ପିଇଓଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଅବସ୍ଥିତ କରିବା ସହ OPRS କ୍ୟାଡରରେ ପିଇଓଙ୍କୁ ନିଯୁକ୍ତି ଦାବି ହୋଇଛି । ଏନେଇ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିଇଓମାନେ କଳା ବ୍ୟାଚ୍‌ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କିନ୍ତୁ ସରକାର କିଛି ନଶୁଣିବାରୁ ଆଜି ସାରା ରାଜ୍ୟରେ ସଂଘ ଆନ୍ଦୋଳନକୁ ଓହ୍ଲାଇଛି ।

ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ଧାରଣା ଦେଇଛି । ସଂଘର ଜିଲ୍ଲାର ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ଆନ୍ଦୋଳନରେ ବସିଛନ୍ତି । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ପଞ୍ଚାୟତଗୁଡିକରେ ଯେଉଁ ଅସୁବିଧା ହେବ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.