ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ - odia culture
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 23, 2023, 10:56 PM IST
ପୁରୀ: ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି। ବ୍ରହ୍ମଗିରି କପିଳେଶ୍ୱରପୁରଠାରେ ଏହି ଜୟନ୍ତୀ ସମାରୋହ ଆୟୋଜନ କରାଯାଇଥିଲା।
ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହା ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗ ଦେଇ ଓଡ଼ିଆ ଜାତି ପ୍ରତି ଅତିବଡ଼ି ଜଗନ୍ନାଥ ଦାସଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥଲେ। ଏହି ଅବସରରେ 'ଓଡ଼ଆ ଜାତିର ସାମାଜିକ ଜୀବନରେ ଭାଗବତର ପ୍ରଭାବ' ଶୀର୍ଷକ ବିଷୟ ଆଲୋଚିତ ହୋଇଥିଲା।
ପ୍ରଥମେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଭାତ ଫେରି, ଭାଗବତ ଆବୃତ୍ତି ଅନୁଷ୍ଠିତ ହୋଇଥିଲା। ଜୟନ୍ତୀ ସମାରୋହ ରେ ଉପସ୍ଥିତ ଥିବା ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ଏହି ଜୟନ୍ତୀ ସମାରୋହ ପାଳନ ହୋଇ ଆସୁଛି। ଆସନ୍ତାକାଲି ପୁରୀର ସାତଲହଡ଼ି ମଠରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହା ବି ପଢନ୍ତୁ...୩ ସାରସ୍ବତ ସାଧକଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର
ରବିବାର ସକାଳ 9 ଟାରେ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ବାରଠାରୁ ସାତଲହଡ଼ି ମଠ ପର୍ଯ୍ୟନ୍ତ ଭାଗବତ ସଚେତନତା ସଙ୍କୀର୍ତ୍ତନ ଶୋଭାଯାତ୍ରା, 10 ଟା ରେ ଭାଗବତ ପାଠ, 11 ଟାରେ ଶାରସ୍ବତ ସୋପାନ ଅନୁଷ୍ଠିତ ହେବ। ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏହାକୁ ଉଦଘାଟନ କରିବେ। ମୁଖ୍ୟ ଅତିଥିଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ଯୋଗ ଦେବେ। ଏଥି ସହିତ ବହୁ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ଜଣାପଡିଛି।
ଇଟିଭି ଭାରତ, ପୁରୀ