Ratha Yatra 2023: ପହଣ୍ଡି ପରେ ରଥାରୂଢ଼ ହେଲେ ପ୍ରଭୁ ସୁଦର୍ଶନ - ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼

🎬 Watch Now: Feature Video

thumbnail

By

Published : Jun 20, 2023, 10:43 AM IST

Updated : Jun 20, 2023, 10:49 AM IST

ପୁରୀ: ଆଜି କାଳିଆ ଠାକୁରଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । କୋଳାହଳରେ ଫାଟି ପଡୁଛି ବଡ଼ଦାଣ୍ଡ । ଏହାରି ମଧ୍ୟରେ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିଛନ୍ତି ସୁଦର୍ଶନ ଠାକୁର । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏହାପରେ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହେବ। ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବ। ରଥାରୁଢ ହେବା ପରେ ମାଉଁସି ଘର ଅଭିମୁଖେ ବାହାରିବେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରି ସାରିଛନ୍ତି ।

ଇଟିଭି ଭାରତ, ପୁରୀ 

Last Updated : Jun 20, 2023, 10:49 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.