ବାଲୁକା କଳାରେ ଖ୍ରୀଷ୍ଟମାସ ଶୁଭେଚ୍ଛା, ୱାର୍ଲ୍ଡ ବୁକ୍ସ ଅଫ୍ ରେକର୍ଡସ୍ ଇଣ୍ଡିଆରେ ସ୍ଥାନ ପାଇଲା ପିଆଜରେ ତିଆରି ସାଣ୍ଟା

By ETV Bharat Odisha Team

Published : Dec 24, 2023, 9:53 PM IST

thumbnail

ପୁରୀ: ଆସନ୍ତାକାଲି ବଡ଼ଦିନ । ଖ୍ରୀଷ୍ଟମାସକୁ ଉତ୍ସବ ମୁଖର ସାରା ଦେଶ । ଏହି ଅବସରରେ ପୁରୀ ବ୍ଲୁ' ଫ୍ଲାଗ୍‌ ବିଚ୍‌ରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବିଶାଳ ସାଣ୍ଟା ବାଲୁକା ଚିତ୍ରକଳା ନିର୍ମାଣ କରି ସାରା ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଏହି ବାଲୁକା ଚିତ୍ରକଳା ବେଶ ନିଆରା ଢଙ୍ଗରେ ନିର୍ମିତ ହୋଇଛି । ପ୍ରାୟ ୨ ଟନ୍ ପିଆଜକୁ ବାଲିରେ ସଜାଯାଇ ଶହେ ଫୁଟ ଲମ୍ବର ସାନ୍ତାକ୍ଲଜ୍‌ ନିର୍ମାଣ କରିଛନ୍ତି ସୁଦର୍ଶନ । ଏହାର ଚଉଡ଼ା ୪୦ ଫୁଟ ଏବଂ ଉଚ୍ଚତା ୨୦ ଫୁଟ ହୋଇଥିବା ବେଳେ ଅତି ନିଖୁଣ ଭାବେ ସୁଦର୍ଶନ ଏହାକୁ ନିର୍ମାଣ କରିଛନ୍ତି । ତେବେ ସୁଦର୍ଶନଙ୍କ ଏହି ବିଶାଳ ବାଲୁକା କଳା ୱାର୍ଲ୍ଡ ବୁକ୍ସ ଅଫ୍ ରେକର୍ଡସ୍ ଇଣ୍ଡିଆରେ ସ୍ଥାନ ପାଇଛି । ୱାର୍ଲ୍ଡ ବୁକ୍ସ ଅଫ୍ ରେକର୍ଡସ୍ ଇଣ୍ଡିଆର ଚିଫ୍ ଏଡିଟର ସୁଷମା ନାର୍ଭେକର ଓ ସଞ୍ଜୟ ବିଲାଶ ନାର୍ଭେକର ବ୍ଲୁ' ଫ୍ଲାଗ୍‌ ବିଚ୍ ଆସି ସୁଦର୍ଶନଙ୍କୁ ସାର୍ଟିଫିକେଟ୍‌ ସହ ମେଡାଲ୍ ପ୍ରଦାନ କରିଛନ୍ତି । ଏହି ବାଲୁକା ଚିତ୍ରକଳାକୁ ଦେଖିବକୁ ପୁରୀ ବ୍ଲୁ' ଫ୍ଲାଗ୍‌ ବିଚ୍‌ରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମିଛି ।

ଏହା ମଧ୍ୟ ପଢ଼ନ୍ତୁ...ଖ୍ରୀଷ୍ଟମାସ ପାଇଁ ଚଳଚଞ୍ଚଳ ରାଉରକେଲା, ରଙ୍ଗବେରଙ୍ଗ ଆଲୋକରେ ସଜେଇ ହୋଇଛି ଚର୍ଚ୍ଚ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.