Padma Awards 2023: ପଶ୍ଚିମ ଓଡିଶା କଳା ସଂସ୍କୃତି ସମ୍ମାନ ପାଇଛି: ପଦ୍ମଶ୍ରୀ କ୍ରିଷ୍ଣା ପଟେଲ - ପଦ୍ମଶ୍ରୀ କ୍ରୀଷ୍ଣା ପଟେଲ
🎬 Watch Now: Feature Video
ସମ୍ବଲପୁର: ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ ସମ୍ମାନ । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ସରକାର ଘୋଷଣା କଲେ ପଦ୍ମ ପୁରସ୍କାର । ଚଳିତ ବର୍ଷ ଓଡିଶାରୁ 4 ଜଣ ଏହି ସମ୍ମାନ ପାଇବେ । ଯେଉଁଥିରେ ପ୍ରସିଦ୍ଧ ରଙ୍ଗବତୀ ଗୀତର କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ରହିଛନ୍ତି । ପଦ୍ମଶ୍ରୀ ସମ୍ମାନ ପାଇଁ କ୍ରିଷ୍ଣାଙ୍କ ନା ଘୋଷଣା ହେବା ପରେ ଖୁସି ଜାହିର କରିଛନ୍ତି । କହିଛନ୍ତି ସମ୍ମାନକୁ ମୁଁ ମା ଇଷ୍ଟଦେବୀ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରୁଛି । ଏହାସହ ପଶ୍ଚିମ ଓଡିଶାର କଳା ସଂସ୍କୃତି ଓ ଶ୍ରୋତାଙ୍କୁ ସମର୍ପଣ କରୁଛି ବୋଲି କହିଛନ୍ତି କ୍ରିଷ୍ଣା । ଏତତ ବ୍ୟତୀତ ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କ୍ରିଷ୍ଣା । ପୂର୍ବରୁ ରଙ୍ଗବତୀ ସଂଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆ ଓ ଗାୟକ ଜିତେନ୍ଦ୍ର ହରିପାଲଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିସାରିଛନ୍ତି କେନ୍ଦ୍ର ସରକାର । ଦେଖନ୍ତୁ କ୍ରିଷ୍ଣା ପଟେଲଙ୍କ ସହ ସାକ୍ଷାତକାର । ସାକ୍ଷାତକାର ବାଦଶାହା ଜୁଷ୍ମନ ରଣା, ସମ୍ବାଦଦାତା, ସମ୍ବଲପୁର ।