thumbnail

By

Published : May 4, 2023, 8:56 PM IST

ETV Bharat / Videos

ଗରିଆବନ୍ଦ ଜିଲ୍ଲା ପୋଲିସକୁ ସଫଳତା, ଜଣେ ନକ୍ସଲ ନିହତ

ନୂଆପଡ଼ା: ପଡ଼ୋଶୀ ଛତିଶଗଡ଼ ରାଜ୍ୟ CRPF କୋବ୍ରା ବାଟାଲିୟନ ଗରିଆବନ୍ଦ ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ଛତିଶଗଡ଼ ଦାନ୍ତେୱାଡା ମାଓ ହମଲାର ଏକ ସପ୍ତାହ ମଧ୍ୟରେ ପ୍ରତିଶୋଧ ନେଲା ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା CRPF କୋବ୍ରା ବାଟାଲିୟନ । ଯବାନଙ୍କ ବନ୍ଧୁକ ଗୁଳିରେ ନିହତ ହେଲା ଉଦନ୍ତୀ ଲୋଏସ ମାଓ ସଂଗଠନର ଡେପୁଟି କମାଣ୍ଡର ହାଡ଼ଖୋର ମାଓନେତା ନନ୍ଦଲାଲ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗରିଆବନ୍ଦ ଏସପି A.T କାମଲେ ।  

ପ୍ରାଥମିକ ସୂଚନା ଅନୁସାରେ ଗତ ସପ୍ତାହରେ ଛତିଶଗଡ଼ ଦାନ୍ତେୱାଡା ଆରନପୁର ଗାଁ ଠାରେ ମାଓବାଦୀ ଘଟାଇଥିଲେ ବର୍ବରକାଣ୍ଡ । ଛତିଶଗଡ଼ CRPF ଯବାନ କମ୍ବିଂ ଅପରେସନ ସାରି ଫେରୁଥିବାବେଳେ ଆରନପୁର ଗାଁ ନିକଟସ୍ଥ ରାସ୍ତାରେ ଆଇଡି ବିସ୍ଫୋରଣ ଘଟାଇଥିଲେ ମାଓବାଦୀ । ଯେଉଁଥିରେ ଛତିଶଗଡ଼ର ୧୦ଜଣ CRPF ଯବାନ ସହ ଜଣେ ଡ୍ରାଇଭର ଶହୀଦ ହୋଇଥିଲେ । ଏଭଳି ବର୍ବରକାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରିବା ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶହୀଦ ଯବାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।  

ଏହା ବି ପଢନ୍ତୁ-  କଲରାପତରିଆ ବାଘ ଗୁରୁତର, ଚିକିତ୍ସା ପାଇଁ ପହଞ୍ଚିଲେ 2ଜଣ ଡାକ୍ତର

ଠିକ ଘଟଣାର ଏକ ସପ୍ତାହ ମଧ୍ୟରେ ଛତିଶଗଡ଼ ଯବାନ ପ୍ରତିଶୋଧ ପରାୟଣ ହୋଇ ଉଦନ୍ତୀ ଲୋଏସ ମାଓ ସଂଗଠନର ଡେପୁଟି କମାଣ୍ଡର ହାଡ଼ଖୋର ମାଓ ନେତା ନନ୍ଦଲାଲକୁ ଏନକାଉଣ୍ଟର କରିଛନ୍ତି । ନିହତ ମାଓବାଦୀଠାରୁ ୩୦୩ ରାଇଫଲ ମାଓ ପୁସ୍ତିକା ସହ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିବା ଗରିଆବନ୍ଦ SP A T କାମଲେ ସୂଚନା ଦେଇଛନ୍ତି । ଆଗକୁ ନକ୍ସଲ ଦମନ କାର୍ଯ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.