ପଥର ଖାଦାନରେ ବ୍ଲାଷ୍ଟିଂ ବେଳେ ଅଘଟଣ, ଜଣେ ମୃତ, 5 ଗୁରୁତର

By

Published : Aug 16, 2023, 5:28 PM IST

thumbnail

ବାଲେଶ୍ଵର: ସୋର ଥାନା ଅନ୍ତର୍ଗତ ବାଗୁଡି ପାହାଡ଼ରେ ବେଆଇନ ପଥର ବ୍ଳାଷ୍ଟି ବେଳେ ଅଘଟଣ ।  ପଥର ପଡି 5 ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସୋର ତହସିଲଦାର, ପୋଲିସ୍ ଓ ଗୋଟିଏ ଦମକଳବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟଜାରି ରହିଛି। ବାଗୁଡ଼ି ପଥର ଖଣିରୁ ବେଆଇନ ପଥର ବ୍ଳାଷ୍ଟିଂ କରୁଥିବା ବେଳେ 6 ଜଣ ଶ୍ରମିକଙ୍କ ଉପରେ ପଥର ପଡ଼ିଥିବା ପୋଲିସ ସୂଚନା ଦେଇଛି  । 

ଏହାସହ ପଥର ପଡି ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତରଙ୍କୁ  ପ୍ରଥମେ ସୋର ମେଡିକାଲ ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁ ଘଟିଥିବା  ଶ୍ରମିକ ପରିଚୟ ମିଳି ପାରିନାହିଁ । ଆହତମାନେ ହେଲେ ନୀଳଗିରି ପାଗୋଡ଼ାଶୋଳ ରିଙ୍ଗପୁର ଗାଁର ଶ୍ୟାମ ସିଂ, ରଙ୍ଗା ସିଂ, ଶିବୁ ସିଂ ଓ ରୋମା ସିଂ।  ବେଆଇନ ଭାବେ ପଥର ଖଦାନ ଚଳାଉଥିବା ମାଲିକମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ, ବାଲେଶ୍ଵର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.