thumbnail

By

Published : Apr 7, 2023, 7:28 AM IST

ETV Bharat / Videos

Good Friday: ବାଲୁକା କଳାରେ ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଗୁଡ ଫ୍ରାଇଡେ । ସାରା ବିଶ୍ବ ପାଳୁଛି ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସ । ଯୀଶୁ ଖ୍ରୀଷ୍ଟଙ୍କ ସାହାସ ଓ ବଳିଦାନକୁ ସମସ୍ତେ ମନେ ପକାଉଛନ୍ତି । ଏହି ଗୁଡ ଫ୍ରାଇଡେ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ସାରା ବିଶ୍ଵକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍‌ରେ ବାଲୁକା ଶିଳ୍ପୀ ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ବାର୍ତ୍ତା ଦେଇଛନ୍ତି । ବିଶେଷକରି ବିଶ୍ଵରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ବିଭୀଷିକା ଚାଲିଥିବା ବେଳେ ଯୁଦ୍ଧ ବନ୍ଦ ହୋଇ ସ୍ନେହ, ପ୍ରେମ ଓ ଭାଇଚାରାରେ ରହିବାକୁ ଆହ୍ଵାନ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରକଳାରେ ସେ ଯୀଶୁଙ୍କ ଏକ ଅତି ସୁନ୍ଦର ପ୍ରତିକୃତି ଗଢି ସ୍ଥାନ ଦେଇଛନ୍ତି । ଆଜିର ଦିନରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଚର୍ଚ୍ଚକୁ ଯାଇ ବାଇବେଲ ପଢିବା ସହ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଥାନ୍ତି  ।  
 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.