ବେସାହାରାଙ୍କୁ ସାହାରା, ନିରାଶ୍ରୟୀଙ୍କୁ ନୂଆ ଜୀବନ ଦେଉଛି 'ଶିବମୁନି ସେବା ସଂଗଠନ'

By ETV Bharat Odisha Team

Published : Aug 28, 2023, 4:55 PM IST

thumbnail

ବାଲେଶ୍ଵର: ନିରାଶ୍ରୟ ଏବଂ ଅସହାୟଙ୍କ ସାହାରା ପାଲଟିଛି 'ଶିବମୁନି ସେବା ସଂଗଠନ ନିରାଶ୍ରମ'। ଯେଉଁଠି ଅନ୍ତେବାସୀମାନେ ଗୋଟିଏ ପରିବାର ଭଳି ମିଳିମିଶି ରହୁଛନ୍ତି। କିଏ ପୁଅ ବୋହୂଙ୍କ ନିର୍ଯାତନାର ଶିକାର ହୋଇଛି ତ କିଏ ସମାଜର କୁଚକ୍ରିଙ୍କ ଦ୍ଵାରା ଶିକାର ହୋଇଛି। ସେହିଭଳି ଅସହାୟ ମଣିଷମାନଙ୍କ ମୁଣ୍ଡ ଉପରେ ଛାତ ଦେବା ସହ ସେମାନଙ୍କ ସବୁ କଥା ବୁଝୁଛି ଶିବମୁନି ସଂଗଠନ ନିରାଶ୍ରମ।

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୁଡ ଅଞ୍ଚଳରେ ରହିଛି ଶିବମୁନି ସେବା ସଂଗଠନ ନିରାଶ୍ରମ। ଏଠାରେ ୨୦ ଜଣ ଅନ୍ତେବାସୀ ରହୁଛନ୍ତି। କାହାକୁ ପୁଅ ବୋହୂ ଘରୁ କାଢି ଦେଇଛନ୍ତି ତ ଆଉ କିଏ ପରିବାରର କେହି ନଥିବାରୁ ଆଶ୍ରମରେ ଆସି ରହୁଛନ୍ତି। ଏମିତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ପଶ୍ଚିମବଙ୍ଗରୁ ଆସି ବୟସ୍କ ମହିଳା ଓ ପୁରୁଷମାନେ ଦୀର୍ଘ ବର୍ଷ ଧରି ଆଶ୍ରମରେ ଦିନ କାଟୁଛନ୍ତି। ଅନ୍ତେବାସୀଙ୍କ ମଧ୍ୟରୁ କିଏ ବିଛଣାରୁ ଉଠି ପାରୁନାହିଁ ତ ଆଉ କିଏ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛି । 

ଏହା ମଧ୍ୟ ପଢନ୍ତୁ...ବୟସ ହେବାରୁ ରାସ୍ତାରେ ଛାଡ଼ିଦେଲା ମାଲିକ, ଆଶ୍ରମ ପାଲଟିଲା ଘୋଡ଼ାର ନୂଆ ଘର

ପୁଣି ଅନେକ ବୃଦ୍ଧବୃଦ୍ଧା ମାନେ ଘରର କଥା ମନେ ପକାଇ ଦୁଃଖରେ ଭାଙ୍ଗି ପଡୁଛନ୍ତି । ଘର କଥା ପଚାରିଲା ବେଳକୁ ସେମାନଙ୍କ ଆଖିରୁ ଲୁହ ଜକେଇ ଆସୁଛି । ଏଭଳି କ୍ଷେତ୍ରରେ ଆଶ୍ରମର କର୍ମକର୍ତ୍ତାମାନେ ସେମାନଙ୍କ ଦାୟିତ୍ୱ ନେଇ ବିଭିନ୍ନ ପ୍ରକାର ସେବାଯତ୍ନ କରି ଆସୁଛନ୍ତି । ଖାଲି ଏତିକି ନୁହେଁ, ଏହି ଆଶ୍ରମରେ ଅସହାୟ ଗାଈଗୋରୁଙ୍କ ମଧ୍ୟ ସେବା କରାଯାଉଛି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.