thumbnail

By ETV Bharat Odisha Team

Published : Oct 20, 2023, 2:18 PM IST

ETV Bharat / Videos

ରାଜ୍ୟର ପ୍ରଥମ ଜିରୋ ଲିକ୍ୟୁିଡ ଡିସଚାର୍ଜ୍‌ ସ୍ୱେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଲୋକାର୍ପିତ

ଭବାନୀପାଟଣା: ରାଜ୍ୟର ପ୍ରଥମ ଜିରୋ ଲିକ୍ୟୁଡ ଡିସଚାର୍ଜ ସ୍ୱେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଲୋକାର୍ପିତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ବିକାଶ ଉଇସଡ଼ମ ପାର୍କ ପରିସରରେ ଏହି ଜିରୋ ଲିକ୍ୟୁଡ ଡିସଚାର୍ଜ ସ୍ୱେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଆରମ୍ଭ ହୋଇଛି । ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ ଏହାକୁ ଉଦଘାଟନ କରିଛନ୍ତି । 

ଏହାମଧ୍ୟ ପଢନ୍ତୁ..ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ସ୍ଵୟଂ ସମ୍ପୂର୍ଣ୍ଣ ପରିଚାଳିତ ପ୍ଲାଣ୍ଟଟି ବିଦ୍ୟାଳୟ ଓ ହଷ୍ଟେଲରୁ ନିଷ୍କାସିତ ହେଉଥିବା ଦୂଷିତ ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଉଦ୍ଦିଷ୍ଟ । ତେବେ ଏହି ପ୍ଲାଣ୍ଟ ସହ MBBR ଏବଂ RAS ପ୍ରୋଜେକ୍ଟ ମଧ୍ୟ ସାମିଲ ରହିଛି । ପ୍ରତିଦିନ ଏହାର ଜଳ ବିଶୋଧନ କ୍ଷମତା ହେଉଛି ୫ ଲକ୍ଷ ଲିଟର । ଏହା ଅନବରତ ଭାବେ କାର୍ଯ୍ୟ କରିଥାଏ । ଏହା ଚାରୋଟି ସ୍ତର ମଧ୍ୟଦେଇ ଦୂଷିତ ଜଳକୁ ବିଶୋଧନ କରି ପୁନଃ ବ୍ୟବହାର ଉପଯୋଗୀ କରିଥାଏ । ଏଥିରେ ବ୍ୟାକ୍ଟେରିଆ କଲଚର୍ ପୂର୍ବକ ଜଳକୁ ବିଶୋଧନ ଓ ଦୁର୍ଗନ୍ଧ ମୁକ୍ତ କରିଥାଏ । ଏଥିରେ ଖୁବ୍ କମ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହୋଇଥାଏ । ଏହା ଖୁବ୍ କମ୍ ବିଜୁଳୀ ଶକ୍ତି ଆବଶ୍ୟକ କରିଥାଏ ।

ଏହାର ରକ୍ଷଣା ବେକ୍ଷଣ ଖର୍ଚ୍ଚ ବହୁ ସ୍ୱଳ୍ପ ଅଟେ । ଏହି ପ୍ଲାଣ୍ଟ୍‌ଟିକୁ ୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପନ କରାଯାଇଛି । ଦରକାର ପଡ଼ିଲେ ଏହାକୁ ସହଜରେ ଅନ୍ୟତ୍ର ସ୍ଥାନାନ୍ତରଣ କରିହେବ । ଏହି ପ୍ଲାଣ୍ଟଟିର କାର୍ଯ୍ୟକାଳ ପ୍ରାୟ ୩୦ରୁ ୩୫ ବର୍ଷ । ଏହାର ବ୍ୟୟ ଅଟକଳ ପ୍ରାୟ ଦୁଇ କୋଟି ଟଙ୍କା । ଏହି ପ୍ଲାଣ୍ଟ୍‌ଟିକୁ ENGEOTECH ACQUA ENGINEER ସମ୍ବଲପୁର ଦ୍ଵାରା ନିର୍ମାଣ କରାଯାଇଛି । ଏହାଦ୍ବାରା ଭୂତଳ ଜଳର ବ୍ୟବହାରକୁ ହ୍ରାସ କରାଯାଇ ଜଳର ପୁନଃ ବ୍ୟବହାର କରି ପ୍ରାକୃତିକ ସମ୍ପଦର ସୁବିନିଯୋଗ କରାଯାଇ ପାରୁଛି ।  ଭବିଷ୍ୟତର ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଉଦଘାଟିତ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂ, ଉଦଘାଟନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ତେବେ ଏହି ଅବସରରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍‌ ଭବାନୀପାଟଣାର ନିର୍ଦ୍ଦେଶକ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ଇଟିଭି ଭାରତ, କଳାହାଣ୍ଡି

For All Latest Updates

TAGGED:

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.