Watch: ଭାରତୀୟ ସଂସ୍କୃତି ପ୍ରଦର୍ଶନୀରେ କେମିତି ଦିଶୁଛି 'ଓଡ଼ିଶା ଷ୍ଟଲ' - ଭାରତ ମଣ୍ଡପମରେ ଲାଗିଲା ଓଡ଼ିଶା ଷ୍ଟଲ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 9, 2023, 5:30 PM IST

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି, କଳା, ଐତିହ୍ୟ ଓ କାରୁକାର୍ଯ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲାଗି ଜି-୨୦ ସମ୍ମିଳନୀରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏହି ସମ୍ମିଳନୀରେ ଅନେକ ବିଶ୍ବନେତା ଓ ବିଦେଶୀ ଅତିଥି ସାମିଲ ହୋଇଛନ୍ତି । ଏଣୁ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନବନିର୍ମିତ ଭାରତ ମଣ୍ଡପମର 'ଭାରତୀୟ ସଂସ୍କୃତି ପ୍ରଦର୍ଶନୀ'ର ଆୟୋଜିତ ହୋଇଛି । ଏଠାରେ ବିଦେଶୀ ଅତିଥିମାନେ ବିଭିନ୍ନ ରାଜ୍ୟ ପକ୍ଷରୁ ଲଗାଯାଇଥିବା ଷ୍ଟଲକୁ ବୁଲି ଦେଖିବା ସହ ଏଠାରୁ ପାରମ୍ପରିକ ସାମଗ୍ରୀ, ବସ୍ତ୍ର ଆଦି କିଣି ପାରିବେ । ତେବେ ଏଠାରେ ଆମ ରାଜ୍ୟ ଓଡ଼ିଶାରୁ ମଧ୍ୟ ଷ୍ଟଲ ଲଗାଯାଇଛି । ଏହି ଷ୍ଟଲ ପ୍ରମୁଖ ଗେଟ୍‌ରେ କୋଟି କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ସ୍ଥାପିତ କରାଯାଇଛି । ପିପିଲି ଚାନ୍ଦୁଆଠାରୁ ଆରମ୍ଭ କରି ସମ୍ବଲପୁରୀ ଶାଢୀ ପର୍ଯ୍ୟନ୍ତ ରାଜ୍ୟର ପରମ୍ପରା, ସଂସ୍କୃତି ସହ ଜଡ଼ିତ ଅନେକ ପ୍ରକାର ଜିନିଷ ପଦାର୍ଥ ବିକ୍ରି ହେଉଛି । ଦେଖନ୍ତୁ ଜି୨୦ ସମ୍ମିଳନୀ ଲାଗି ଭାରତ ମଣ୍ଡପରେ ଆୟୋଜିତ ଭାରତୀୟ ସଂସ୍କୃତିର ପ୍ରଦର୍ଶନୀରେ କେମିତି ଦିଶୁଛି 'ଓଡ଼ିଶା ଷ୍ଟଲ' ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.