thumbnail

ପ୍ରକାଶ ପାଇଲା ରେଜଲ୍ଟ, ଭବିଷ୍ୟତ ଗଢିବାର ଲକ୍ଷ୍ୟ ପଥରେ ଅଗ୍ରସର ଛାତ୍ରଛାତ୍ରୀ

By

Published : May 31, 2023, 8:28 PM IST

ବାଲେଶ୍ବର: ପ୍ରକାଶ ପାଇଛି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ । ଏଥିପାଇଁ ଛାତ୍ରଛାତ୍ରୀ ବେଶ ଆଗ୍ରହୀ ଥିବା ବେଳେ ଦିନ 11ଟାରେ ପରୀକ୍ଷା ଫଳ ଘୋଷଣା କରାଯାଇଥିଲେ ମଧ୍ୟ ଇଣ୍ଟରନେଟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ଦେଖାଦେଇଥିଲା । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦୁଇଘଣ୍ଟା ପରୀକ୍ଷା ଫଳ ବିଳମ୍ବରେ ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହାରି ଭିତରେ ବିଳମ୍ବରେ ହେଉ ପଛେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ଲାନ୍‌ କରିଛନ୍ତି । କିଏ ଡାକ୍ତର ହେବ ତ ପୁଣି କିଏ ପ୍ରଶାସନିକ ଅଧିକାରୀ ହୋଇ ସେବା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି । ଏହାରି ଭିତରେ ଏକ ଶୈକ୍ଷିକ ବାତାବରଣ ଭିତରେ ପୁଣି ଆଗାମୀ ବର୍ଷ ପାଇଁ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେବା ଆରମ୍ଭ କରିଛନ୍ତି । ତେବେ ବାଲେଶ୍ବରରେ ବିଜ୍ଞାନରେ ପାସହାର 95.59% ଥିବା ବେଳେ ବାଣିଜ୍ୟରେ ମୋଟ ପାସ୍‌ ହାର 88.42% ରହିଛି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.