Train Mishap In Odisha: ରେଳ ଯାତ୍ରା ସୁରକ୍ଷିତ ଭାବୁଥିଲେ ହେଲେ...ଶୁଣନ୍ତୁ କଣ କହୁଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ - minister reaction on odisha train tragedy
🎬 Watch Now: Feature Video
ବାଲେଶ୍ବର: ବାଲେଶ୍ବର ବାହାନଗାରରେ ଭୟଙ୍କର, ଛାତିଥରା ହୃଦୟବିଦାରକ ଟ୍ରେନ ଦୁର୍ଘଟଣାରେ ଲିଭି ଯାଇଛି ଅନେକ ଜୀବନ ଦୀପ । ସମୟ ଯେତିକି ଗଡୁଛି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ରିପୋର୍ଟ ଲେଖାହେବା ସୁଦ୍ଧା 261ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । 900ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଏବେ ବି ଟ୍ରେନ ତଳେ ଚାପି ହୋଇ ରହିଛି ଅନେକ ଜୀବନ । ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଦୁର୍ଘଟଣାରେ ସମସ୍ତଙ୍କୁ ଉତ୍ତମ ବ୍ୟବସ୍ଥା ଯୋଗାଇ ଦେବାକୁ ଚେଷ୍ଟା ଜାରି ରଖିଛନ୍ତି । ରେଳ ଯାତ୍ରା ସୁରକ୍ଷା ବୋଲି ଆମେ ଭାବୁଥିଲେ ହେଲେ ଏହି ପରି ଦୁର୍ଘଟଣା କିପରି ହେଲା ତାହା ତଦନ୍ତ ପରେ ଜଣାପଡିବ । ଟ୍ରେନ ଏସିଡି (Accident collision device) ଲାଗିଥିଲା କି ନାହିଁ ତାହା ପରେ ଜଣାପଡିବ । ଟ୍ରେନ ଟ୍ରାଜେଡି ନେଇ ଶୁଣନ୍ତୁ କଣ କହୁଛନ୍ତି ରାଜ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ମନ୍ତ୍ରୀ ଟୁକୁନି ସାହୁ ।