10 ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ - ଡ୍ରାଇଭର ମହାସଂଘ

🎬 Watch Now: Feature Video

thumbnail

By

Published : Mar 15, 2023, 4:54 PM IST

ବାଲେଶ୍ବର: ଡ୍ରାଇଭର ମହାସଂଘ ପକ୍ଷରୁ 10 ଦଫା  ଦାବି ନେଇ ସାରା ରାଜ୍ୟରେ ଚାଲିଛି ଆନ୍ଦୋଳନ । ସେହିପରି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯାଇଛି। ସିମୁଳିଆ, ସୋର, ରେମୁଣା, ଜଳେଶ୍ବର ଆଦି ସ୍ଥାନରେ ଜାତୀୟ ରାଜପଥରେ ଧାରଣା ଦେବାସହ ଆନ୍ଦୋଳନ କରାଯାଉଛି । ଡ୍ରାଇଭର ମାନଙ୍କର ବିଭିନ୍ନ ଦାବିକୁ ସରକାରଙ୍କ ପ୍ରତିଶୃତି ପ୍ରତାରଣା ପାଲଟିଛି । ଯେପର୍ଯ୍ୟନ୍ତ ସରକାର ଡ୍ରାଇଭରଙ୍କ ଦାବି ପୁରଣ ନ କରିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡି ଏହି ପରି ଆନ୍ଦୋଳନ କରିବେ ବୋଲି ଡ୍ରାଇଭରମାନେ କହିଛନ୍ତି । ଡ୍ରାଇଭର ମହାସଂଘ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ମଧ୍ୟରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ଲକ୍ଷ ଟଙ୍କା ବୀମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଯାଇଥିବା ଡ୍ରାଇଭରମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହିତ ଦୁର୍ଘଟଣାରେ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ ବୋଲି ଦାବି କରିଛି ଡ୍ରାଇଭର ସଂଘ । 

ସେହିପରି ୫୫ବର୍ଷ ପରେ ଡ୍ରାଇଭରମାନଙ୍କୁ ପେନସନ ଦିଆଯାଉ, ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ, ଗାଡ଼ିଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କର ବିଶ୍ରାମ ନେବା ପାଇଁ ବିଶ୍ରାମାଗାର ସହିତ ଶୌଚାଳୟର ବ୍ୟବସ୍ଥା ପ୍ରତି ୧୦୦ କିଲୋମିଟର ଅନ୍ତରରେ କରାଯାଉ, ରାଜରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭରମାନଙ୍କୁ ହଇରାଣ ନକରାଯାଉ, ଡ୍ରାଇଭରମାନଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଡ୍ରାଇଭରମାନଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାରୀ ବ୍ୟବସ୍ଥା କରାଯାଉ, ଲାଇସେନ୍ସ ପାଇଁ ଯେଉଁ ୧୫ ହଜାର ଟଙ୍କା ସରକାର ରଖୁଛନ୍ତି ତାକୁ ହଟାଇ କମ ମୂଲ୍ୟ ଧାର୍ଯ୍ୟ କରାଯାଉ, ଡ୍ରାଇଭରମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା ଦିଆଯାଉ । ଏଭଳି ଦାବି ନେଇ ଆଜି ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.