ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ, ରାଉରକେଲାରେ କମାଲ କଲେ ଛାତ୍ରୀ

By

Published : May 31, 2023, 8:35 PM IST

thumbnail

ରାଉରକେଲା: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପରେ ରାଉରକେଲାରେ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ରେଜଲ୍ଟ ଘୋଷଣା କରିଥିଲେ । ତେବେ ଏଥର ମଧ୍ୟ ଖୁବ ସୁନ୍ଦର ରେଜଲ୍ଟ ହୋଇଛି ସମ୍ପୂର୍ଣ୍ଣ ରାଜ୍ୟରେ ।  ରେଜଲ୍ଟ ବାହାରି ଟିକେ ବିଳମ୍ବ ହୋଇଥିଲା ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିଲେ। ତେବେ ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ । ଯୁକ୍ତ ଦୁଇ ବିଜ୍ଞାନରେ ପୁଅଙ୍କ ସଫଳତା ହାର ୮୪.୨୮% । ସେହିଭଳି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ ସହ ପୁଅଙ୍କ ପାସ୍ ହାର ୭୯.୫୨% ରହିଛି । ଏଥର ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି । ସମ୍ପୂର୍ଣ୍ଣ ରାଜ୍ୟରେ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୭୮,୯୩୮ ଜଣ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଯୁକ୍ତ ୨ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି । ବାଣିଜ୍ୟରେ ମୋଟ୍ ୨୪,୦୮୨ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୯,୫୩୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।  ସୁନ୍ଦରଗଡ଼ ଜିଲ୍ଲା ସହ ରାଉରକେଲାରେ ମଧ୍ୟ ଭଲ ରେଜଲ୍ଟ କରିଛନ୍ତି ଛାତ୍ରଛାତ୍ରୀ ।  

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.