ଭଲ ଫିଲ୍ମକୁ ଓଡ଼ିଶାରେ ଜାଗା ନାହିଁ.. ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ମାଇଣ୍ଡଗେମ ପ୍ରଡ୍ୟୁସର ଶ୍ରୀଧର ମାର୍ଥା - ମୁହଁ ଖୋଲିଲେ ପ୍ରଯୋଜକ ଶ୍ରୀଧର ମାର୍ଥା
🎬 Watch Now: Feature Video
Published : Oct 28, 2023, 10:49 PM IST
ଭୁବନେଶ୍ବର: ଫିଲ୍ମ ବାଦବିବାଦ ନେଇ ମୁହଁ ଖୋଲିଲେ ପ୍ରଯୋଜକ ଶ୍ରୀଧର ମାର୍ଥା । ମୁଁ ଭଲ ଫିଲ୍ମ କରିଛି। ଯାହାର ସ୍ଥାନ ଓଡ଼ିଶାରେ ନାହିଁ। ତେଣୁ ମୋତେ ଜାଣିଶୁଣି ହଇରାଣ କରୁଛି ଟୁଟୁ ନାୟକ ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ମାର୍ଥା । ସେ ସିଧାସଳଖ ମାଇଣ୍ଡ ଗେମକୁ ଟାର୍ଗେଟ କରି ଏପରି କରାଯାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରୀଧର । ୫ବର୍ଷ ଧରି ନିରନ୍ତର ଉଦ୍ୟମ ପରେ ସିନେମା ତିଆରି ହୋଇପାରିଲା । ଆଜି ପ୍ରଯୋଜକଙ୍କୁ ହତ୍ୟା କରାଯାଉଛି । କିଛି ଲୋକ କିଛି ଫିଲ୍ମ୍ ନ କରିକି ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ- ମନୋଜ ମିଶ୍ର ବାସନ୍ଦ ଘଟଣା, ନରସିଂହ ମିଶ୍ର ଭାଇ କଳିରେ ଘିଅ ଢାଳନ୍ତୁନି କହିଲେ କୁନା ତ୍ରିପାଠୀ
ସେ ଆହୁରି କହିଛନ୍ତି, " ଟୁଟୁ ନାୟକଙ୍କୁ ଚାଲେଞ୍ଜ ଦେଉଛି ଯଦି ସାହସ ଅଛି ତେବେ ଗୋଟେ ଭଲ ଫିଲ୍ମ୍ କରି ଉଦାହରଣ ଦିଅନ୍ତୁ। କେବଳ ଟିଭି ସାମ୍ନାରେ ଆତ୍ମପ୍ରଚାର କଲେ କିଛି ଲାଭ ନାହିଁ।" ମନୋଜ ମିଶ୍ରଙ୍କୁ ବ୍ୟାନ ପ୍ରସଙ୍ଗରେ ସେ କହିଛନ୍ତି, " ଓଡ଼ିଶାରେ ଭଲ ଫିଲ୍ମ୍ ତିଆରି ହେଉ ବୋଲି ଟୁଟୁ ନାୟକ ଚାହାଁନ୍ତି ନାହିଁ । କାରଣ ନିଜ ପତିଆର କମିଯିବ। ଜୀବନରେ ବାପା କରିଥିବା ଫିଲ୍ମ୍କୁ ପ୍ରଚାର କରି ବାହା ବାହା ପାଇବା ପାଇଁ ଉଦ୍ୟମ କରୁଛନ୍ତି । ଯଦି ସତ ସାହସ ଅଛି ମନୋଜ ମିଶ୍ରଙ୍କୁ ନେଇ ଓଡିଆ ଫିଲ୍ମ୍ କରି ଦେଖାନ୍ତୁ । ଏହା ସହ ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଯାହା ସବୁ ଚାଲିଛି ଏ ସବୁ ପଛରେ ଟୁଟୁ ନାୟକଙ୍କ ହାତ ଅଛି। ରାଜନୀତି କରିକି କଣ ଲାଭ ପାଉଛ ଟୁଟୁ ନାୟକ ? ତମେ କେମିତି ଏକା ଏକା ବ୍ୟନ କରିଦେଲ ମନୋଜ ମିଶ୍ରଙ୍କୁ । ପ୍ରଯୋଜକମାନଙ୍କ ଅଭିଶାପ ଲୁହ ପଡ଼ିଲେ ତୁମେ ଜଳିଯିବ। ସମ୍ବଲପୁରରେ ଯେଉଁ ଘଟଣା ଘଟୁଛି ୟା ପଛରେ ଟୁଟୁ ନାୟକ ହାତ ଅଛି ।"
ଇଟିଭି ଭାରତ, ଭୁବନେଶ୍ବର